ନିଜର ଇଚ୍ଛା ପୂରଣ କରିବାକୁ ଯାଇ ଗିରଫ ହେଲେ ଡିଗ୍ରୀ ଛାତ୍ର

ହାଇଦ୍ରାବାଦ: ଯାତ୍ରୀଙ୍କୁ ଭୁଆଁ ବୁଲାଇ ବିମାନରେ ଉଡୁଥିଲେ। ଯାତ୍ରୀଙ୍କୁ ଠକି ବିମାନରେ ବୁଲୁଥିଲେ ୨୧ ବର୍ଷିୟ ଯୁବକ। ଏହି ଘଟଣା ଘଟିଛି ଆନ୍ଦ୍ରପ୍ରଦେଶ ଗୁନ୍ତୁର ଜିଲ୍ଲାରେ। ଏପରି କାମ ସେ କାହିଁକି କରନ୍ତି, ଏକଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଯୁବକ ଜଣଙ୍କ ନାଁ ହେଉଛି ମାଡେଲା ଭେଙ୍କଟ ଦିନେଶ କୁମାର। ପ୍ଲାଇଟ୍‌ରେ ବସି ଚାରିଆଡେ ବୁଲିବାକୁ ଯିବାକୁ ତାଙ୍କର ଇଚ୍ଛା ରହିଥାଏ। କିନ୍ତୁ ଯେତେବେଳେ ସେ ବାହାରକୁ ବୁଲିବାକୁ ଯାଆନ୍ତି, ତେବେ ସେ ପାଠ ପଢିବାକୁ ସାଙ୍ଗମାନଙ୍କ ଘରକୁ ଯାଆନ୍ତି ବୋଲି ବାପା ମାଙ୍କ କୁହନ୍ତି।  ଯେତେବେଳେ ସେ ଅନ୍ୟ ସହରକୁ ଯାଆନ୍ତି, ସନ୍ଧ୍ୟା ସୁଦ୍ଧା ଘରକୁ ଚାଲିଆସନ୍ତି।

ସାମସାବାଦର ଡିସିପି ଏନ୍‌ ପ୍ରକାଶ ରେଡ୍ଡି କହିଛନ୍ତି ଯେ ଦିନେଶ କୁମାରଙ୍କ ସବୁଦିନେ ପ୍ଲାଇଟ୍‌ରେ ଯିବା ପାଇଁ ତାଙ୍କର ବଡ଼ ଲକ୍ଷ୍ୟ ଥିଲା।  କିନ୍ତୁ ଯଥେଷ୍ଟ ଟଙ୍କା ନଥିବାରୁ ପ୍ଲାଇଟ୍ ଟିକଟ୍ କରିବା ପାଇଁ ଏୟାରପୋର୍ଟରେ ଯାଉଥିବା ଯାତ୍ରୀମାନଙ୍କୁ ନିବେଦନ କରୁଥିଲା। ସେ ଏମିତି କରି ୯ଟି ଯାତ୍ରୀଙ୍କୁ ଠକିବା ସହ ସେମାନଙ୍କ ଟଙ୍କାରେ ଦିନେଶ ପ୍ଲାଇଟ୍‌ରେ ଉଡୁଥିଲେ।

ସାଧାରଣତଃ ଦିନେଶ କୁମାର ବିମାନ ବନ୍ଦର ଅଞ୍ଚଳରେ ଛିଡ଼ା ହୋଇ ଯାତ୍ରୀମାନଙ୍କୁ ମିଛସତ କହି ଭୁଆଁ ବୁଲାଏ। ବାହାନା ଦେଖାଇ କହେ ଯେ ସାଙ୍ଗମାନଙ୍କ ସହ ବୁଲିବାକୁ ଆସିଥିବାବେଳେ ଦୁର୍ଭାଗ୍ୟବଶତଃ ପ୍ଲାଇଟ୍‌ ମିସ୍ ହୋଇଗଲା। ଏହା ପରେ ବିମାନବନ୍ଦର ଯାତ୍ରୀମାନଙ୍କୁ ନୂଆ ଯିକେଟ୍ କରାଇଦେବାକୁ ଅନୁରୋଧ କରେ। ସେ ପହଞ୍ଚିଲା ପରେ ଟଙ୍କା ଫେରାଇ ଦେବାକୁ ଯାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବି ପର ସମୟରେ ଠକି ଦେଇଥାଏ।

ସେହି ସମାନ ଅପରାଧରେ ଦିନେଶକୁ ଆଗରୁ ବେଙ୍ଗାଲୁରୁରେ ଗିରଫ କରାଯାଇଥିଲା। ଏବେ ଜଣେ ଯାତ୍ରୀ ବିମାନ କର୍ତ୍ତୃପକ୍ଷଙ୍କ ଠାରେ ସମାନ ଅଭିଯୋଗ କରିଥିଲେ। ତେବେ ସେ ମୁମ୍ବାଇରୁ ପହଞ୍ଚିବା ପରେ ସିଆଇଏସ୍‌ଏଫ ଅଧିକାରୀ ତାଙ୍କୁ ହାଇଦ୍ରାବାଦ ଏୟାପୋର୍ଟରେ ଅଟକ ରଖିଥିଲେ।

ପୋଲିସ୍ ତାଙ୍କ ଠାରୁ ନକଲି ପରିଚୟ ପତ୍ର ଓ ଏନ୍‌ସିସି ପରିଚୟ ପତ୍ର ଜବତ କରିଥିଲେ। ଦିନେଶ କୁମାରଙ୍କୁ ଗିରଫ କରାଯିବା ପରେ ରିମାଣ୍ଡରେ ନେଇଛି ପୋଲିସ୍‌।

ଆହୁରି ପଢ଼ନ୍ତୁ

ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲା ସେରମ୍‌

ଟିକେଟ୍‌ ବଣ୍ଟନକୁ ନେଇ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ରାଜନୈତିକ ଦଳ ଗଠନ କରିପାରନ୍ତି ରଜନୀକାନ୍ତ

ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

୧୧୦ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କୀ, ମହିଳାଙ୍କୁ ଉଠାଇ ନେଲେ

ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ନ କରିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଲେ ଶାହ

କିମ୍‌ଙ୍କୁ ନେଇ ସାଂଘାତିକ ପ୍ରତିକ୍ରିୟା ରଖିଲେ ସାଂସଦ

ବର୍ଷକରେ ମଲେ ୨୬ ବାଘ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

You might also like