ଲକ୍ଷ୍ନୌ: ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ପ୍ରେମିକର ଦ୍ୱିତୀୟ ବିବାହକୁ ରୋକିବା ଲାଗି SDM ଙ୍କ ପାଖରେ ଗୁହାରି କରିଛନ୍ତି ପ୍ରେମିକା। SDM ଙ୍କୁ ନିଜ ଅଫିସରେ ଭେଟିବା ସହ ସର୍ବସମ୍ମୁଖରେ କାନ୍ଦି କାନ୍ଦି ନିଜର ଦୁଃଖ ଜଣାଇଛନ୍ତି ଜଣେ ପ୍ରେମିକା। ଅଭିଯୋଗ କରିଛନ୍ତି, ବିବାହର ପ୍ରତିଶ୍ରୁତି ଦେଇ ମୋ ସହ ଦୀର୍ଘ ୮ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ଏବେ ଅନ୍ୟ ଜଣଙ୍କୁ ବିବାହ କରୁଛନ୍ତି। ତେବେ ସମସ୍ତ ଘଟଣା ଶୁଣିବା ପରେ ତତ୍‌କ୍ଷଣାତ୍‌ ପୋଲିସକୁ ସବୁ ଘଟଣାର ତଦନ୍ତ କରିବା ସହ ପିପୋର୍ଟ ଦେବା ଲାଗି SDM ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ଅଭିଯୁକ୍ତଙ୍କୁ ପୋଲିସ ଡାକି ପଚରାଉଚରା ମଧ୍ୟ କରୁଛି।

ତେବେ ଅଭିଯୋଗ ଅନୁସାରେ, ପ୍ରେମିକା ଜଣଙ୍କୁ ଯେଉଁ ସମୟରେ ୧୩ ବର୍ଷ ହୋଇଥିଲା ସେହି ସମୟରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। କିନ୍ତୁ ପରେ ସମ୍ପୃକ୍ତ ଯୁବକ ଜଣକ ଯୁବତୀଙ୍କ ବିନା ଇଚ୍ଛାରେ ଶାରୀରିକ ସମ୍ପର୍କ ରଖିଥିଲା। ଏହି ଘଟଣା ଯୁବତୀ ଜଣକ ନିଜ ଘର ଲୋକଙ୍କୁ କହିବା ପରେ ଗାଁରେ ପଂଚାୟତ ମଧ୍ୟ ବସିଥିଲା। ଆଉ ପଂଚାୟତର ନିଷ୍ପତ୍ତିକ୍ରମେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ସେ ସେ ଅନ୍ୟ ଜାଗାରେ ବିବାହ କରିବେ ବୋଲି ଜାଣିବା ପରେ ସମ୍ପୃକ୍ତ ଯୁବକଙ୍କ ଘରେ ପହଂଚି ପାଟିତୁଣ୍ଡ କରିଥିଲେ ଯୁବତୀ। ଆଉ ତାହାପରେ ଯୁବକ ଜଣକ ଯୁବତୀଙ୍କୁ ଧମକ ଦେଇଥିଲେ। କହିଥିଲେ, ଯଦି ଏନେଇ ସେ କୌଣସି ସ୍ଥାନରେ ବି କହେ ତେବେ ତାଙ୍କୁ ଜୀବନରୁ ମାରିଦେବେ। ଏହାକୁ ନେଇ ଯୁବତୀ ପୁଣି ଥରେ ପରବର୍ତ୍ତୀ ସମୟରେ ବିରୋଧ କରିବାରୁ ପୁଣି ଥରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ଶୋଷଣ କରିଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି। ଆଉ ଏବେ ଯୁବତୀ ଜଣକ ବିବାହ ପାଇଁ ଜିଦ୍‌ ଧରିବାରୁ ଯୁବକ ଜଣକ ଅନ୍ୟତ୍ର ବିବାହ କରିଥିବା ନେଇ ଯୁବତୀ ଜାଣିବା ପରେ ଏବେ ମାମଲା ଦାୟର ହୋଇଛି।

ଏହି ଘଟଣା ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ପାଲଟିଛି। କାରଣ ବାରମ୍ବାର ବିବାହର ପ୍ରତିଶ୍ରୁତି ଦେଇ କେମିତି  ଜଣେ ଯୁବକ ଏପରି ଭାବରେ କାଣ୍ଡ କରିଛନ୍ତି ସେନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସେପଟେ, ଦୁଷ୍କର୍ମ ମାମଲ ଦାୟର କରି ଯୁବକଙ୍କୁ କୋଠର ଦଣ୍ଡ ଦେବା ଲାଗି ଯୁବତୀ ଜଣକ ପୋଲିସକୁ ନିବେଦନ କରିଛନ୍ତି।

Other Stories