ଆଜି ମଧ୍ୟରାତ୍ରୀରୁ ବଢ଼ିବ ମଦର ମୂଲ୍ୟ: ୫ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଦର

ଲକ୍ଷ୍ନୌ: ରାଜ୍ୟରେ ମଦର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ମଦର କ୍ୟାଟେଗୋରୀ ଓ ଆକାର ଅନୁସାରେ, ୫ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍‌ ମିଟିଂରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ଆର୍ଥିକ ବର୍ଷ ୨୦-୨୧ ପାଇଁ ୨,୩୫୦ କୋଟିର ରାଜସ୍ୱ ଯୋଗାଡ଼ କରିବାରେ ସାହାଯ୍ୟ ହେବ ବୋଲି ୟୁପି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି।

ମଦର ଦର ବୃଦ୍ଧି ନେଇ ମନ୍ତ୍ରୀ  ଦେଇଥିବା ସୂଚନାନୁସାରେ, ଦେଶରେ ତିଆରି ହୋଇଥିବା ମଦର ଦାମ୍‌ ୫ ଟଙ୍କା ବଢ଼ାଯାଇଛି। ସେହିଭଳି ଭାରତରେ ତିଆରି ହୋଇଥିବା ବିଦେଶୀ ମଦ ଇକୋନୋମି ଶ୍ରେଣୀରେ ଆସୁଥିବାରୁ ଏହାର ଦାମ୍ ମଦର ପରିମାଣ ଅନୁସାରେ ଯଥାକ୍ରମେ ୧୦, ୨୦ ଓ ୩୦ ଆଦି ଟଙ୍କା ବୃଦ୍ଧି ହୋଇଛି। ୫୦୦ ଏମ୍‌ଏଲ୍‌ ଭାରତ ତିଆରି ଫରେନ ମଦ(ଆଏମ୍‌ଏଫ୍‌ଏଲ୍‌) ପାଇଁ ଅତିରିକ୍ତ ୩୦ ଟଙ୍କା ବୃଦ୍ଧି କରାଯାଇଛି।

ସେହିଭଳି ରେଗୁଲାର୍ ଓ ପ୍ରମିୟମ୍‌ ଶ୍ରେଣୀର ଆଏମ୍‌ଏଫ୍‌ଏଲ୍‌ ପାଇଁ ଯଥାକ୍ରମେ ୨୦, ୩୦ ଓ ୫୦ ଟଙ୍କା ବୃଦ୍ଧି ହୋଇଛି। ସେହିଭଳି ଦାମି ମଦର ୧୮୦ ଏମ୍‌ଏଲ୍‌ ପାଇଁ ଦାମ ୨୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ୫୦୦ ଏମ୍‌ଏଲ୍‌କୁ ୪୦୦ ଟଙ୍କା ବୃଦ୍ଧି କରାଯାଇଛି। ଆଜି ମଧ୍ୟ ରାତ୍ରୀରୁ ଏହି ନୂଆ ଦର ଲାଗୁହେବ ହେବ ବୋଲି ୟୁପି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି।

ଦେଶବ୍ୟାପୀ ତାଲାବନ୍ଦ ଯୋଗୁ ରାଜ୍ୟରେ ମଦ ବିକ୍ରି ବନ୍ଦ ହୋଇଯାଇଛି। ଫଳରେ ଲୋକମାନେ ଚୋରାରେ ବିଷାକ୍ତ ମଦ କିଣୁଛନ୍ତି। ଫଳରେ ଗ୍ରାମାଞ୍ଚଳରେ ଚୋରା ମଦ କାରାବାର ଅଧିକ ବଢ଼ିଯାଇଛି ଓ ତିଆରି ମଧ୍ୟ ହେଉଛି। ମେ ୪ ସୁଦ୍ଧା ୮୦ ହଜାର ଲିଟର୍‌ ଚୋରା ମଦ ମଧ୍ୟ ଜବତ ହୋଇଥିବା ବେଳେ ୪୯୯ ଟି ମଦ ତିଆରି କାରଖାନାକୁ ନଷ୍ଟ କରାଯାଇଛି। ଏଥିସହିତ ୩,୫୦୦ ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ଘଟଣାରେ ୩,୫୦୦ ଲୋକଙ୍କୁ ଆରେଷ୍ଟ କରାଯାଇଥିବା ସୁରେଶ ସୁଚନା ଦେଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ମଦ ନି ମିଳିବାରୁ ତିନିଜଣ ସାଙ୍ଗ ସାନିଟାଇଜରକୁ ପିଇ ଦେଇଥିବା ଭଳି ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଗାଜିଆବାଦ୍‌ରେ ଘଟିଛି ଏଭଳି ଅଘଟଣ। ଏଥିରେ ଆଲ୍‌କୋହଲ ଥିବାରୁ ଏମାନେ ସାନିଟାଇଜର୍‌କୁ ପିଇ ଦେଇଥିଲେ। ତେବେ ବିଷାକ୍ତ ମଦ ପିଇ କେତେକ ଲୋକଙ୍କ ମୃତ୍ୟୁ ଖବର ମିଳିଥିବା ୟୁପି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

 

 

You might also like