ଏଣିକି କଲେଜ୍‌ ଓ ବିଶ୍ୱବିଦ୍ୟାଳୟକୁ ମୋବାଇଲ୍‌ ନେଇ ଯାଇପାରିବେନି ଛାତ୍ରଛାତ୍ରୀ

ଲକ୍ଷ୍ନୌ: ଏଣିକି କଲେଜ୍‌ ଓ ବିଶ୍ୱବିଦ୍ୟାଳୟକୁ ମୋବାଇଲ୍‌ ଫୋନ୍‌ ନେଇ ଯାଇପାରିବେନି ଛାତ୍ରାଛ୍ରାତ୍ରୀ। କେବଳ ଛାତ୍ରଛାତ୍ରୀ କାହିଁକି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମଧ୍ୟ କଲେଜ୍‌ରେ ମୋବାଇଲ୍‌ ମନା ହେବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଥିବା ସମସ୍ତ କଲେଜ୍‌ ଓ ବିଶ୍ୱବିଦ୍ୟାଳୟରେ ମୋବାଇଲ୍ ଫୋନ୍‌ ବ୍ୟାନ୍‌ କରିଛନ୍ତି। ଉତ୍ତର ପ୍ରଦେଶ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି।

ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି, କୌଣସି ବି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଓ କଲେଜ୍‌ରେ ମୋବାଇଲ୍ ଫୋନ୍‌ ବ୍ୟବହାର କରିପାରିବେ ନାହିଁ। ଏହି ନିୟମ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ।

କଲେଜ୍ ଓ ବିଶ୍ୱବିଦ୍ୟାଳୟ ସମୟରେ ଅନେକ ଶିକ୍ଷାର୍ଥୀ ଓ ପ୍ରଧ୍ୟାପକ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ସମୟ ମୋବାଇଲ୍‌ ବ୍ୟବହାର କରି ନଷ୍ଟ କରୁଥିବା ଦେଖିବାକୁ ମିଳୁଛି। ତେଣୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଏଥିରେ କୁହାଯାଇଛି। ଏହାପୂର୍ବରୁ ଯୋଗୀ ସରକାର କ୍ୟାବିନେଟ୍ ବୈଠକରେ ମୋବାଇଲ୍ ବ୍ୟବହାର ଉପରେ ରୋକ୍ ଲଗାଇଥିଲେ।

You might also like