ବଡ଼ବାବୁଙ୍କୁ ବେଳ ନାହିଁ ! ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଯାଉଥିବା ଫୋନ ବି ଉଠାଉ ନାହାନ୍ତି . . . .

ଲକ୍ଷ୍ନୌ : ବଡ଼ବାବୁଙ୍କର ବହପ ଦେଖ । ଏତେ କାର୍ଯ୍ୟବ୍ୟସ୍ତ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଯାଉଥିବା ଫୋନ ଉଠାଇବାକୁ ବି ସମୟ ନାହିଁ। ଉତ୍ତରପ୍ରଦେଶ ସରକାରଙ୍କ ଅନେକ କଡ଼ା ନିର୍ଦ୍ଦେଶ ସତ୍ୱେ ସରକାରୀ ଫୋନ ଉଠାଉ ନଥିବା ଆଇଏଏସ୍ ଅଫିସର ଓ କମିସନରଙ୍କୁ ନୋଟିସ ପଠାଇ ଜବାବ ସୁଆଲ କରାଯାଇଛି ।  ତିନି ଦିନରେ ଜବାବ ଦାଖଲ କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ତାଗିଦା କରାଯାଇଛି । ଯେଉଁ ମାନଙ୍କୁ ଜବାବ ମଗାଯାଇଛି, ସେମାନଙ୍କ ମଧ୍ୟରେ   ଜିଲ୍ଲାଧୀକାରି, ଏପସି ଓ ଏସଏସପି ଆଦି ବଡ଼ ବଡ଼ ଅଧିକାରୀ ସାମିଲ ଅଛନ୍ତି ।

୨୫ ଜିଲ୍ଲାପାଳ, ୪ ଜଣ କମିସନର ସରକାରୀ ଫୋନ ନଉଠାଇବା ମାମଲାରେ ୩ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ  ଜବାବ ମଗାଯାଇଛି । ବାରାଣାସୀ, ପ୍ରୟାଗରାଜ, ଅଯୋଧ୍ୟା, ବରଲିର କମିସନରଙ୍କୁ ଫୋନର ଜବାବ ନଦେବାରୁ ନୋଟିସ୍ ପଠାଯାଇଛି। ଜିଲ୍ଲାର ଜିଲାଧିକାରୀ ଓ କମିସନର ସକରାରୀ ଫୋନ ଉଠାଉନଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଏପରି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ଯୋଗୀ ସରକାର।

ସୂଚନାଯୋଗ୍ୟ ବାରମ୍ବାର ଅଭିଯୋଗ ପରେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ସଚ୍ଚିବାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହାପରେ ସବୁ ଜିଲ୍ଲାର ଜିଲ୍ଲାଧିକାରୀ ଓ କମିସନରଙ୍କୁ ଫୋନ କରାଯାଇଥିଲା। ହେଲେ ପୂର୍ବ ପରି କେହି ଫୋନ କଲ ରିସଚିଭ କଲେ ନାହିଁ। ଆଉ ଏହାପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କଚ ନୋଟିସ ଜାରି କରାଯାଇଛି ।

ଗୌତମବୁଦ୍ଧ ନଗର, ଗାଜିଆବଦା, ବନ୍ଦାୟୁ, ଆଲିଗଡ଼, ସିଦ୍ଧରନଗର, ଗୋରଖପୁର, ଫିରୋଜାବାଦା, ହାପୁଡ଼, ପିଲିଭିତ, ବଲରାମପୁର, ଆଜମଗଡ଼, ବାରାଣାସି, ପ୍ରୟାଗରାଜ, ଅଯୋଦ୍ଧ୍ୟା, ବରେଲିର ବଡ଼ ବାବୁମାନେ ମଧ୍ୟ ଏଥିରେ ଆଦି ସାମିଲ ରହିଛି ।

You might also like