ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ
ଭୋପାଳ: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହୋଇଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶ ଉଜୈନରୁ ବିକାଶ ଦୁବେ ଗିରଫ ହୋଇଥିବା ଜଣାପଡ଼ିଛି।
ବିକାଶ ଦୁବେ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ୟୁପି ମୁଖ୍ୟ ସଚିବ ଅବିନାଶ ଅବସ୍ଥିଙ୍କ କହିବା ଅନୁଯାୟୀ, ମହାକାଳ ମନ୍ଦିର ଥାନାରେ ଆତ୍ମସମର୍ପଣ କରିଛି ବିକା। ତାଙ୍କୁ ସେଠାରୁ ଏକ ଅଜଣା ସ୍ଥାନକୁ ନିଆ ଯାଇଛି। ଆସନ୍ତାକାଲି ସୁଦ୍ଧା ବିକାଶକୁ ଏସ୍ଟିଏଫ୍ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ମଧ୍ୟପ୍ରଦେଶ ପୁଲିସ୍ ବିକାଶକୁ ଉତ୍ତର ପ୍ରଦେଶ ପୁଲିସ୍କୁ କୋର୍ଟଙ୍କ ଅନୁମତି କ୍ରମେ ହସ୍ତାନ୍ତର କରିବ।
ସୂଚନାଥାଉ କି, ବିକାଶଙ୍କୁ ବୁଧବାର ଫରିଦାବାଦ୍ରେ ଦେଖିବାକୁ ମିଳିଥିଲା। ସେଠାରୁ ସେ ଉଜୈନ କିପରି ଗଲେ ସେ ନେଇ ଛାନ୍ଭିନ୍ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ, ବିକାଶ ମହାକାଳ ମନ୍ଦିର ଥାନାରେ ପହଞ୍ଚି ନିଜକୁ ‘ମୁଁ ବିକାଶ ଦୁବେ’ କହି ଚିତ୍କାର କରିଥିଲା। ଏହାପରେ ସେଠାରେ ଥିବା ପୋଲିସ ତାକୁ ଗିରଫ କରି ଫ୍ରିଗଞ୍ଜ ଥାନା ନେଇ ଯାଇଥିଲେ। ଏହାପରେ ୟୁପି ପୋଲିସକୁ ଖବର ଦିଆଯାଇଥିଲା ଏବଂ ବିକାଶର ଗିରଫଦାରୀ ଫଟୋ ମଧ୍ୟ ୟୁପି ପୋଲିସକୁ ଦିଆଯାଇଥିଲା। ଏହାପରେ ସେ ବିକାଶ ଦୁବେ ବୋଲି ସ୍ପଷ୍ଟ ହୋଇଥିଲା।
ସୂଚନାଥାଉ କି, କାନପୁର ଚୁବେପୁରରେ ପଳାତକ ବିକାଶ ପ୍ରଥମେ ଦିଲ୍ଲୀ-ଏନସିଆରରେ ପହଞ୍ଚିଥିଲା। କିନ୍ତୁ ପୋଲିସର କ୍ରୋଧ ପରେ ସେ ପୁଣି ମଧ୍ୟପ୍ରଦେଶର ଉଜୈନରେ ପହଞ୍ଚିଥିଲା। ସେଠାରେ ମଧ୍ୟପ୍ରଦେଶ ପୋଲିସ ତାକୁ ଗିରଫ କରିଥିଲା।
ସୂଚନାଥାଉ କି, ଶୁକ୍ରବାର ଦିନ କାନପୁରରେ ୮ ଜଣ ପୁଲିସ୍ କର୍ମୀଙ୍କୁ ବିକାଶ ହତ୍ୟା କରିବା ପରେ ଫେରାର ଥିଲା। ଗୁରୁବାର ସକାଳେ ପୋଲିସ ଏନକାଉଣ୍ଟରରେ ବିକାଶ ଦୁବେଙ୍କ ଦୁଇ ସହକର୍ମୀ ନିହତ ହୋଇଥିଲେ। ପୋଲିସ ତାର ୨ ଜଣ ସହଯୋଗୀଙ୍କୁ ଏନ୍କାଉଣ୍ଟର କରି ମାରି ଦେବା ପରେ ବିକାଶ ଜୀବନ ବଞ୍ଚାଇବାକୁ ଆତ୍ମସମର୍ପଣ କରିବା ପାଇଁ ଚେଷ୍ଟା କରୁଥିଲା। ଏପରିକି ଏକ ଟିଭି ନ୍ୟୁଜ ଚ୍ୟାନେଲର ଲାଇଭ ଟେଲିକାଷ୍ଟ ସମୟରେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲା ବିକାଶ।