ଚଳିତବର୍ଷ ସ୍କୁଲ ଫି ବଢିବନି-ଘୋଷଣା କଲେ ଏଇ ସରକାର

ଲକ୍ଷ୍ନୌ:ଅଭିଭାବକଙ୍କ ପାଇଁ ଖୁସି ଖବର।  ଚଳିତ ବର୍ଷ କୌଣସି ବୋର୍ଡ ଅଧୀନରେ ଚାଲୁଥିବା ସ୍କୁଲ ସେମାନଙ୍କର ମାସିକ ଫି ବୃଦ୍ଧି କରି ପାରିବେ ନାହିଁ। ଯେଉଁମାନେ ବି ବର୍ଦ୍ଧିତ ଫି ନେଇଛନ୍ତି, ସେମାନଙ୍କୁ ଏହା ଫେରାଇବାକୁ ପଡ଼ିବ। ରାଜ୍ୟରେ କରୋନା ଜନିତ ଲକ୍‌ଡାଉନ ସ୍ଥିତିକୁ ଦେଖି ୟୁପି ସରକାର ଏମିତି ଘୋଷଣା କରିଛନ୍ତି।

ସୂଚନାଥାଉ କି,  ରାଜ୍ୟରେ UP secondary Education Board, CBSC,ICSE, IB (International Baccalaureate), IGCSE ଅଧୀନ ସ୍କୁଲରେ ଅନେକ ପିଲା ପଢୁଛନ୍ତି। ୟୁପିର ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି, ଏପରି ବିପଦ ସମୟରେ ପ୍ରତ୍ୟେକ ପିଲାଙ୍କ ଅଭିଭାବକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ତେଣୁ ଏପରି ନିଷ୍ପତ୍ତି ନିହାତି ଜରୁରି ଥିଲା।

ଏଠି କହିରଖିବୁ, ଏଇ ମାସରେ କେନ୍ଦ୍ରୀୟ ମାନବ ସମ୍ବଳ ମନ୍ତ୍ରୀ ରେମଶ ପୋଖରୀୟାଲ ନିଶଙ୍କ ପ୍ରତ୍ୟେକ ଘରୋଇ  ସ୍କୁଲକୁ ନିବେଦନ କରି କହିଥିଲେ, କରୋନା ଭାଇରସକୁ ଦୃଷ୍ଟିରେ ରଖି ଲକ୍‌ଡାଉନ ସମୟରେ ସ୍କୁଲ ଫିସ ବୃଦ୍ଧି ଏବଂ ତିନି ମାସର ଫିସ ଏକାଥରକେ ନେବା ନିଷ୍ପତ୍ତିର ପୁନଃବିଚାର ସ୍କୁଲ କର୍ତ୍ତୃପକ୍ଷ ସହାନୁଭତି ସହ କରନ୍ତୁ।

 

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like