ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଧମକପୂର୍ଣ୍ଣ ମେସେଜ୍‌ ମିଳିଛି। ଗୁରୁବାର ମଧ୍ୟ ରାତ୍ରରେ ଉତ୍ତରପ୍ରଦେଶ ୧୧୨ ହେଲ୍‌ପ୍‌ଡେସ୍କର ହ୍ୱାଟ୍ସଆପ୍‌ ନମ୍ବରକୁ ଏହି ଧମକପୂର୍ଣ୍ଣ ମେସେଜ୍‌ ଆସିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୁଲିସ୍ ଏକ‌ FIR ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

ହ୍ୱାଟ୍ସଆପ୍‌କୁ ଆସିଥିବା‌ ଏହି ମେସେଜ୍‌ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ୮୮୨୮୪୫୩୩୫୦ ନମ୍ବରରୁ ଏହି ଧମକପୂର୍ଣ୍ଣ ମେସେଜ୍‌ ଆସିଥିବା FIRରେ ଉଲ୍ଲେଖ ରହିଛି।

ମେ’ ୨୧ ରାତି ୧୨ଟା ୩୨ରେ ଏହି ଧମକପୂର୍ଣ୍ଣ ମେସେଜ୍‌ ହ୍ୱାଟ୍ସଆପ୍‌କୁ ଆସିଥିଲା ବୋଲି ସୂଚନା ମିଳିଛି। ଏହି ଘଟଣାପରେ ତତ୍‌କ୍ଷଣାତ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯାଇଥିଲା।

You might also like