ସ୍କୁଲ ପିଲା ମଧ୍ୟାହ୍ନ ଭୋଜନାରେ ରୁଟି ସହିତ ଲୁଣ ଖାଉଥିବା ଭିଡିଓ ପ୍ରକାଶ କରିଥିବା ସାମ୍ବାଦିକଙ୍କ ବିରୋଧରେ ମାମଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିର୍ଜାପୁରରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ଣ ଭୋଜନରେ ରୁଟି ସହ ଲୁଣ ଖାଉଥିବା ଖବର ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଖବରକୁ ଯେଉଁ ସାମ୍ବାଦିକ ସାର୍ବଜନୀନ କରିଥିଲେ, ଏବେ ତାଙ୍କ ବିରୋଧରେ ଉତ୍ତର ପ୍ରଦେଶର ଯୋଗୀ ସରକାର ମାମଲା ରୁଜୁ କରିଛନ୍ତି।

ମିର୍ଜାପୁର ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ଏବେ ସାମ୍ବାଦିକ ପୱନ ଜୈଶୱାଲ ଏବଂ ଗାଁ ମୁଖିଆ ରାଜକୁମାର ପଲଙ୍କ ନାଁରେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ପୁଲିସ୍‌ ଜୈଶୱାଲ ଏବଂ ପଲଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏଥିସହ ପଲଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଥିବା ମିର୍ଜାପୁର ଏସ୍‌ପି ସୂଚନା ଦେଇଛନ୍ତି। ମିର୍ଜାପୁରର ଶିହୁର ଠାରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନରେ ରୁଟି ଓ ଲୁଣ ଦିଆଯାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା।

ଜିଲ୍ଲା ମାଜିଷ୍ଟ୍ରେଟ ଏହି ଖବର ପାଇବା ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ପଲଙ୍କ ନିର୍ଦ୍ଦେଶରେ ସାମ୍ବାଦିକ ଜଣଙ୍କ ଘଟଣାସ୍ଥଳରେ ପହଞ୍ଚି ଭିଡିଓ ଶୁଟିଂ କରିଥିଲେ ବୋଲି ଜଣାପଡ଼ିଥିଲା। ପ୍ରଧାନ ଶିକ୍ଷକଙ୍କୁ ବଦନାମ କରିବା ପାଇଁ ସେହିଦିନ ଜାଣିଶୁଣି ପିଲାଙ୍କୁ ରୁଟି ଓ ଲୁଣ ଦିଆଯାଇଥିଲା।

ସ୍କୁଲର ପ୍ରଧାନ ଶିକ୍ଷକ ଓ ଗାଁ ମୁଖିଆ ଭାବେ ପଲ ହିଁ ମଧ୍ୟାହ୍ଣ ଭୋଜନ ପାଇଁ ଅର୍ଥ ଥିବା ଆକାଉଣ୍ଟକୁ ମିଳିତ ଭାବେ ଦେଖାଶୁଣା କରୁଥିଲେ। ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା। ମଧ୍ୟାହ୍ଣ ଭୋଜନ ପାଇଁ ଆକାଉଣ୍ଟରେ ଆବଶ୍ୟକ ଟଙ୍କା ଥିଲେ ହେଁ ସେଦିନ ଜାଣିଶୁଣି ପିଲାଙ୍କୁ ରୁଟି ଓ ଲୁଣ ଦିଆଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like