Unlock 4 guidelines; କ’ଣ ଖୋଲିଲା କଣ ବନ୍ଦ ରହିଲା ଜାଣନ୍ତୁ
ନୂଆଦିଲ୍ଲୀ: ଅନଲକ୍-୪ ଗାଇଡ୍ଲାଇନ୍ (Unlock 4.0 Guideline) ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡ୍ ଲାଇନ୍ ଜାରି ହୋଇଛି। ଏହି ଅନୁସାରେ, ସେପ୍ଟେମ୍ବର ୭ ତାରିଖ ଠାରୁ ମେଟ୍ରୋ ଟ୍ରେନ୍ ଆରମ୍ଭ ହେବ। ମେଟ୍ରୋ ରେଳ ଚଳାଚଳ ପାଇଁ ଏସ୍ଓପି ଜାରି ହେବ। ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧର୍ମୀୟ ସମାବେଶକୁ ମଧ୍ୟ ଅନୁମତି ମିଳିଛି।
ସେହିଭଳି ମନୋରଂଜନ, ରାଜନୈତିକ ସମାବେଶକୁ ମଧ୍ୟ ଅନ୍ଲକ୍-୪ରେ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଏହିସବୁ ସ୍ଥାନରେ ସର୍ବାଧିକ ୧୦୦ ଲୋକ ଏକାଠି ହେବାକୁ ଅନୁମତି ମିଳିଛି। ସେପ୍ଟେମ୍ବର ୨୧ ତାରିଖରୁ ଏହିସବୁକୁ ଅନୁମତି ମିଳିବ। ତେବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ସେହିଭଳି ଥର୍ମାଲ ସ୍କାନିଂ, ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ହାତ ଧୋଇବା ଜରୁରୀ। ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ମଧ୍ୟ ଅନୁମତି ଦିଆଯାଇଛି।
ସ୍କୁଲ୍ କଲେଜ୍ ଓ ପାଠପଢ଼ା ପାଇଁ କଣ ନିୟମ ?
ତେବେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ତେବେ ଅନଲାଇନ ଶିକ୍ଷାଦାନ ଜାରି ରହିବା ସହିତ ଏହି ଶିକ୍ଷାଦାନକୁ ଅଧିକ ପ୍ରୋତ୍ସାହିତ କରାଯିବ। ଏହି ଅନୁସାରେ, ସ୍କୁଲକୁ ୫୦% ଶିକ୍ଷକ ଆସିବେ। ଅନଲାଇନ ଶିକ୍ଷାଦାନ କରିବେ। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି ମିଳିବ। ଶିକ୍ଷକଙ୍କ ଠାରୁ ପାଠ ବୁଝିବାକୁ ସ୍କୁଲ ଯାଇପାରିବେ ୯ରୁ ୧୨ ଶ୍ରେଣୀ ପିଲା। ସ୍କୁଲକୁ ଯିବା ପାଇଁ ପିଲାଙ୍କୁ ଅଭିଭାବକଙ୍କ ଲିଖିତ ଅନୁମତି ନେବାକୁ ପଡ଼ିବ। ତେବେ ଏଥିପାଇଁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ। ସରକାରଙ୍କ ଦ୍ୱାରା ଜାରି କରାଯିବାକୁ ଥିବା SOP ଅନୁସାରେ ସ୍କୁଲ୍ ଯିବାକୁ ଅନୁମତି ମିଳିବ। ସେହିପରି ଆଇଟିଆଇ ଗୁଡ଼ିକରେ ଟ୍ରେନିଂ ଦେବାକୁ ୨୧ରୁ ଅନୁମତି ମିଳିବ।
କେଉଁଠି ହେବନି ଲକ୍ଡାଉନ୍ ?
ଏଣିକି ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ମନ ଇଚ୍ଛା ଲକ୍ଡାଉନ୍ ସଟ୍ଡାଉନ୍ କରିପାରିବେ ନାହିଁ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବ। କଣ୍ଟେନମେଣ୍ଟ ଜୋନ୍ ବାହାରେ ଲଗ୍ଡାଉନ୍ ଲାଗୁ କରାଯାଇପାରିବ ନାହିଁ। ଜିଲ୍ଲା ବା ସହରାଞ୍ଚଳରେ ଲକ୍ଡାଉନ୍ ଲାଗୁ କରାଯାଇପାରିବ ନାହିଁ। କେନ୍ଦ୍ର ସରକାରଙ୍କ ଅନୁମତି ବିନା ଲକ୍ ଡାଉନ୍ ଲାଗୁ କରାଯାଇ ପାରିବ ନାହିଁ ।
ଅନ୍ଲକ୍-୪ରେ ଲାଗୁ ହେବାକୁ ଥିବା କଟକଣା
ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ପାଳନ ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସର୍ବସାଧାରଣ ସ୍ଥାନ, କାର୍ଯ୍ୟ କ୍ଷେତ୍ର ଓ ଗାଡ଼ିରେ ଯିବା ବେଳେ ମାସ୍କ ଜରୁରୀ।
ସର୍ବସାଧାରଣ ସ୍ଥାନରେ ପରସ୍ପର ଭିତରେ ୬ ଫୁଟ ଦୂରତ୍ୱ ରଖିବା ଜରୁରୀଷ।
ଦୋକାନରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରଖିବେ ଦୋକାନୀ।
ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ।