ସତର୍କ କରାଇଲା ଜାତିସଂଘ; ଭାରତର ଏହି ଦୁଇ ରାଜ୍ୟରେ ସକ୍ରିୟ ଅଛନ୍ତି ISIS ଆତଙ୍କବାଦୀ

ନୂଆଦିଲ୍ଲୀ: କେରଳ ଓ କର୍ଣ୍ଣାଟକରେ ଲୁଚି ରହିଛନ୍ତି ବହୁ ସଂଖ୍ୟକ ISIS ଆତଙ୍କବାଦୀ। ଏନେଇ ଜାତିସଂଘ ଭାରତକୁ ସତର୍କ କରାଇଛି। କେବଳ ISIS ନୁହେଁ, ଭାରତୀୟ ଉପମହାଦେଶୀୟ ଅଲ୍‌କାଏଦାର ଏକ ଟିମ୍‌ ଭାରତରେ ସକ୍ରିୟ ଥିବା ଚେତାଇ ଦେଇଛି ଜାତିସଂଘ। ଯେଉଁଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମ୍ୟାନ୍‌ମାର୍‌ ୧୫୦ ରୁ ୨୦୦ ଆତଙ୍କବାଦୀ ଅଛନ୍ତି, ଏବଂ ଏମାନେ ଆକ୍ରମଣ ଯୋଜନା କରୁଥିବା ଜାତିସଂଘ କହିଛି।

ଭାରତୀୟ ଉପମହାଦେଶୀୟ ଅଲ-କାଏଦା(AQIS)ର ଏହି ଦଳ ତାଲିବାନ ଅମ୍ବ୍ରେଲା ସଂଗଠନର ନେତୃତ୍ୱରେ ଆଫଗାନିସ୍ତାନର ନିମ୍ରୁଜ୍‌, ହେଲ୍‌ମଣ୍ଡ ଏବଂ କାନ୍ଦହାରରୁ ପରିଚାଳିତ ହେଉଛି।

ଆନାଲିଟିକ ସପୋର୍ଟ ଆଣ୍ଡ ସାଙ୍କସନ୍ସ ମନିଟରିଂ ଟିମ୍‌ର ୨୬ ତମ ରିପୋର୍ଟରେ ଏଭଳି ତଥ୍ୟ ପ୍ରକାଶ ପାଇଛି। ଏହି ଟିମ୍‌ ISIS ସହିତ, ଅଲ-କାଏଦା ଏବଂ ଆତଙ୍କବାଦୀ ସଂପୃକ୍ତ ବ୍ୟକ୍ତି ଏବଂ ସମ୍ପୃକ୍ତ ସଂସ୍ଥା କିମ୍ବା  ଯେଉଁ ରାଜ୍ୟଗୁଡ଼ିକରେ ଆତଙ୍କବାଦୀ କାର୍ଯ୍ୟକଳାପ ହେଉଥାଏ ତାର ସୂଚନା ପ୍ରଦାନ କରିଥାଏ।

ରିପୋର୍ଟ ଅନୁସାରେ, ଓସାମା ମେହମୁଦ ନେତୃତ୍ୱରେ AQIS ଟିମ୍ ପରିଚାଳିତ ହେଉଛି। ଟିମ୍‌ର ପୂର୍ବ ନେତା ଆସିମ ଉମର AQIS, ସେନା କାର୍ଯ୍ୟାନୁଷ୍ଠାନରେ ନିହତ ହେବା ପରେ ଏହାର ପ୍ରତିଶୋଧ ନେବା ପାଇଁ ମେହମୁଦ ଯୋଜନା କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଯୋଜନାରେ ବାଂଲାଦେଶ, ପାକିସ୍ତାନ, ମ୍ୟାନ୍‌ମାର ଓ ଭାରତରେ ପ୍ରାୟ ୨୦୦ରୁ ୧୫୦ ଆତଙ୍କବାଦୀ ଟିମ୍‌ ସକ୍ରିୟ ରହିଛନ୍ତି। ତା’ ସହିତ ISIL (Islamic State of Iraq and the Levant) ସଂଗଠନର ସଦସ୍ୟ ମଧ୍ୟ ଅଛନ୍ତି। ଏହି ଆତଙ୍କବାଦୀ ସଂଗଠନର ଅନେକ ଆତଙ୍କବାଦୀ କେରଳ ଓ କର୍ଣ୍ଣାଟକରେ ରହି ସଂଗଠନକୁ ପରିଚାଳନା କରୁଛନ୍ତି ବୋଲି ଜାତି ସଂଘ ରିପୋର୍ଟରେ ଦର୍ଶାଇଛି।

 

 

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like