ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ପୁଣି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନବେ । ସେ କହିଛନ୍ତି ଯେ,  ଦିଲ୍ଲୀ ସୀମାରେ ଧାରଣା ଦେଉଥିବା ଚାଷୀ ନୁହଁନ୍ତି । ଏହାପଛରେ ରହିଛି ଚୀନ ଓ ପାକିସ୍ତାନର ହାତ । ଯାହାକୁ ନେଇ ଏବେ ବିଭିନ୍ନ ମହଳରେ ଦେଖାଦେଇଛି ବିରୋଧ । ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ।

ସଞ୍ଜୟ କହିଛନ୍ତି ଯେ,  ଯଦି, ଚାଷୀଙ୍କ ଆନ୍ଦୋଳନ ପଛରେ ପାକିସ୍ତାନ  ଓ ଚୀନର ହାତ ରହିଛି ତେବେ କାହିଁକି ସର୍ଜିକାଲ୍ ଷ୍ଟ୍ରାଇକ୍ ହେଉନି ? ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ସିଡିଏସ୍ ଏହାକୁ ଗୁରୁତ୍ୱ ସହ ନିଅନ୍ତୁ ବୋଲି କହି କଟ୍ଟାକ୍ଷ କରିଛନ୍ତି ।

ତେବେ ଚାଷୀ ନିଜର ଦାବି ପୂରଣ କରିବା ଲାଗି ଅନେକ ଦିନ ହେବ ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି । ଆଉ ଏତିକି ବେଳେ ଚାଷୀଙ୍କ ଆନ୍ଦୋଳମ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଦାନବେ ।

You might also like