ଜେଏନ୍‌ୟୁ ଓ ଜାମିଆ ଶିକ୍ଷାର୍ଥୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଖୋଲା ଧମକ

ମିରଟ: ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ ଜେଏନ୍‌ୟୁ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଖୋଲା ଧମକ ଦେଇଛନ୍ତି। ଯେଉଁଠି ନିକଟରେ ନାଗରିକତା ଆଇନ୍‌କୁ ନେଇ ସଂଘର୍ଷ ହୋଇଥିଲା।

ସେ କହିଛନ୍ତି, “ମୁଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅନୁରୋଧ କରୁଛି କି ସେ ମୋ କଥାକୁ ଗୁରୁତ୍ୱ ଦିଅନ୍ତୁ। ଜେଏନୟୁ ଓ ଜାମିଆରେ ଯେଉଁମାନେ ଦେଶ ବିରୋଧରେ ନାରା ଦେଉଛନ୍ତି ସେମାନଙ୍କୁ ସାବାଡ କରିବା ପାଇଁ ଗୋଟିଏ ଫର୍ମୁଲା ରହିଛି। ଏହି ଦୁଇ ବିଶ୍ୱବିଦ୍ୟାଳୟରେ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶ ଲୋକଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ କରି ଦିଆଯାଉ। ଆଉ କାହାକୁ କିଛି କରିବାକୁ ପଡ଼ିବ ନାହିଁ।”। ମିରଟରେ ଏକ ରାଲିରେ ସଞ୍ଜୀବ ବାଲିୟାନ ଏହା କହିଛନ୍ତି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ଦେଶର ସବୁଠାରୁ ଅଧିକ ଅପରାଧ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶରେ ହୋଇଥାଏ।

You might also like