ବଲିଉଡ୍‌ରେ ଡେବ୍ୟୁ କରିବେ ଏହି କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଝିଅ ଆରୁଷି ନିଶଙ୍କ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ଆରୁଷି ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ଶେଆର କରି ଏସମ୍ପର୍କରେ ଘୋଷଣା କରିଛନ୍ତି। ନୌସେନାର ମହିଳା ଅଫିସରଙ୍କ ସାହସିକତା ଉପରେ ଏହି ଫିଲ୍ମ ଆଧାରିତ।

କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ଓ କୁସୁମ କାନ୍ତାଙ୍କ ବଡ଼ ଝିଅ ହେଉଛନ୍ତି ଆରୁଷି। ନାରୀ ସଶକ୍ତିକରଣ, ସାମାଜିକ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ନିରନ୍ତର ଭାବେ ସକ୍ରିୟ ଅଛନ୍ତି ଆରୁଷି। ସେ ଭାରତୀୟ କ୍ଲାସିକାଲ୍‌ ଡ୍ୟାନ୍ସର ଓ environmentalist ମଧ୍ୟ। ଆରୁଷି ଡେରାଡୁନ୍‌ ସ୍ଥିତ Himalayan Ayurvedic Medical College & Hospitalର ଚେୟାରପର୍ସନ ଅଛନ୍ତି । ୨୦୧୫, ଜାନୁଆରୀ ୨୪ରେ ସେ ଅଭିନବ ପନ୍ଥଙ୍କୁ ବିବାହ କରିଥିଲେ।

ଗଙ୍ଗା ନଦୀ ସର୍ମ୍ପକରେ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ରମେଶ ପୋଖରିୟାଲଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ପର୍ଶ ଗଙ୍ଗା ଅଭିଯାନର ପ୍ରୋମୋଟର ହେଉଛନ୍ତି ଆରୁଷି। ୨୦୦୯ରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ୨୦୧୯ରେ ନୂଆଦିଲ୍ଲୀରେ ଆୟୋଜିତ Women Empowerment Programରେ ସେ ଅଧ୍ୟକ୍ଷତା କରିଥିଲେ। 

୨୦୧୭ ସେପ୍ଟେମ୍ବର ୧୯ରେ ଗୋଆରୁ ଭାରତୀୟ ନୌସେନା INS Tariniରେ ୬ ଜଣ ମହିଳା ଅଫିସର ସାମୁଦ୍ରିକ ଯାତ୍ରା ଆରମ୍ଭ କରିଥିଲେ। ଏହି ୬ ମହିଳା ଅଫିସର ହେଲେ-ଭର୍ତିକା ଯୋଶୀ, ପ୍ରତିଭା ଜାମୱାଲ୍‌, ପି.ସ୍ୱତୀ, ଏସ୍‌ ବିଜୟା, ଐଶ୍ୱର୍ଯ୍ୟା ଓ ପାୟଲ ଗୁପ୍ତା। ଏହି ୬ ସାହସୀ ମହିଳା ସାରା ବିଶ୍ୱ ଯାତ୍ରା କରିଥିଲେ ଓ ୨୫୪ ଦିନ ପରେ ଘରକୁ ଫେରିଥିଲେ। ଆରୁଷିଙ୍କ ଫିଲ୍ମ ’ତାରିଣୀ’ ଏହି ୬ ମହିଳା ନୌସନା ଅଫିସରଙ୍କ ଯାତ୍ରାର କାହାଣୀ ଉପରେ ଆଧାରିତ।

You might also like