‘ପାକିସ୍ତାନ ଭାରତକୁ ପିଓକେ ଫେରାଇ ଦେଉ’

ନୂଆଦିଲ୍ଲୀ: ପିଓକେକୁ ନେଇ ଜାତିସଂଘ ପରିଷଦରେ ଭାରତ ପାକିସ୍ତାନ ଉଭୟ ନିଜର ପକ୍ଷ ରଖିଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ କହିଛନ୍ତି ପାକିସ୍ତାନ ଯଦି ଭାରତ ସହ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରୁଛି ତାହେଲେ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତକୁ ଫେରାଇବାକୁ ପଡ଼ିବ। କାରଣ ପିଓକେ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖ ରହିଛି କି ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପିଓକେ ବାସୀ ଭାରତରେ ମିଶିବା ପାଇଁ ଆନ୍ଦୋଳନ କରୁଛନ୍ତି। ଏମିତିକି ପାକିସ୍ତାନ ଅଧିକୃତ ଏହି ସ୍ଥାନରେ ବସବାସ କରୁଥିବା ସାଧାରଣ ନାଗରିକଙ୍କ ଉପରେ ପାକିସ୍ତାନୀ ସେନା ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ନିଜ ମନ୍ତ୍ରାଳୟର ବିଭିନ୍ନ ଯୋଜନାର ସମୀକ୍ଷା କରିବାକୁ ଚଣ୍ଡିଗଡ଼ ଯାଇ ରାମଦାସ ଅଠାଓ୍ୱଲେ ଏହା କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଅଠାଓ୍ୱାଲେ। ସେ ଜଣେ ପରିଶ୍ରମୀ ପ୍ରଧାନମନ୍ତ୍ରୀ। ଧାରା ୩୭୦ ଉଚ୍ଛେଦ କରି ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି। ହେଲେ ମୋଦିଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ଗ୍ରହଣ ନ କରିପାରି କାଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରି ବିଫଳ ହେଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ହେବା ପରେ ପିଓକେକୁ ଭାରତରେ ମିଶାଇବା ପାଇଁ ଭାରତ ପ୍ରୟାସ କରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହି ସାରିଛନ୍ତି। ଏଥିସହ ନିକଟରେ ପୋଖରାନ ଯାଇଥିବା ବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପିଓକେକୁ ଭାରତରେ ମିଶାଯିବ ବୋଲି ମନ୍ତବ୍ୟ ରଖିଥିଲେ।

ଆହୁରି ପଢ଼ନ୍ତୁ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

୫୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କାର୍ ଚକାରୁ ମିଳିଲା ବିରାଟକାୟ ଅଜଗର

ଆମେରିକାକୁ ଧମକ ଦେଇ ଚୀନ କହିଲା-ଉଡାଇ ଦେବୁ

ଇତିିହାସରେ ପ୍ରଥମ: ଭାରତୀୟ ନୌସେନାରେ ନିଯୁକ୍ତି ପାଇଲେ ଦୁଇ ମହିଳା ଅଫିସର

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

You might also like