ମଞ୍ଚ ଉପରେ ବେହୋସ୍‌ ହୋଇଗଲେ ନୀତିନ ଗଡ଼କରୀ

ମୁମ୍ବାଇ: ମଞ୍ଚରେ ବିଗିଡ଼ିଲା କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡକରୀଙ୍କ ସ୍ୱାସ୍ଥ୍ୟାବସ୍ଥା। ମହାରାଷ୍ଟ୍ର ଅହମଦନଗରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍‌ କେନ୍ଦ୍ରମନ୍ତ୍ରୀ ବେହୋସ୍‌ ହୋଇ ଯାଇଥିଲେ।

ସେହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ମହାରାଷ୍ଟ୍ର ରାଜ୍ୟପାଳ ସି ବିଦ୍ୟାସାଗର ରାଓ ଓ ତାଙ୍କର ସୁରକ୍ଷାକର୍ମୀ ଗଡ୍‌କରୀଙ୍କୁ ଧରି ପକାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଅହମଦନଗରର ମହାତ୍ମା ଫୁଲେ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଗଡକରୀ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜର ଅଭିଭାଷଣ ଶେଷ କରିବା ଆସନକୁ ଫେରି ଆସିଥିଲେ। ଆସନରେ ବସିବାର କିଛି ସମୟ ପରେ ଜାତୀୟ ସଙ୍ଗୀତ ଗାନ ବେଳେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ବେହୋସ୍‌ ହୋଇ ଯାଇଥିଲେ।

You might also like