ମା’ଙ୍କୁ ଜନ୍ମଦିନର ସର୍‌ପ୍ରାଇଜ୍ ଦେବାକୁ ଆସୁଥିବା ବେଳେ ଦାଉ ସାଧିଲା ଦଇବ; ଆଖିବୁଜିଲା କ୍ୟାପ୍‌ଟେନ ପୁଅ

ନୂଆଦିଲ୍ଲୀ: ମା’ ଜନ୍ମଦିନରେ ଲୁଚି ଲୁଚି ଆସି ମାଆକୁ ହଠାତ୍ ଚମକାଇ ଦେବ, ଓ ସର୍‌ପ୍ରାଇଜ୍‌ ଦେଇ କହିବ ହ୍ୟାପି ବାର୍ଥ ଡେ ମା।’ ଏଥିପାଇଁ ମାଆକୁ ନ ଜଣାଇ ଲୁଚି ଲୁଚି ବିଦେଶରୁ ଫେରୁଥିଲା ପୁଅ। କିନ୍ତୁ ଦଇବ ଯେ ଏମିତି ଦାଉ ସାଧିବ ତାହା କିଏ ଜାଣିଥିଲା। ପୁଅ ସିନା ଦେଶକୁ ଫେରିଲା, ହେଲେ ମାଆକୁ ଦେଖିପାରିଲା ନାହିଁ।

ଆମେ କହୁଛୁ କେରଳ କୋଝିକୋଡେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଇଲଟ କ୍ୟାପଟେନ୍ ଦୀପକ ବସନ୍ତ ସାଥେଙ୍କ କଥା।

ଆଜି ଦୀପକଙ୍କ ମା’ଙ୍କର ୮୪ ତମ ଜନ୍ମ ଦିନ। ତେଣୁ କେରଳରୁ ନାଗପୁର ଆସି ମା’ଙ୍କୁ ସରପ୍ରାଇଜ ଦେବାକୁ ସ୍ୱପ୍ନ ଦେଖିଥିଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ କ୍ୟାପ୍ଟେନ ଦୀପକ ବସନ୍ତ ସାଥେ। ହେଲେ ମାଆ ପାଖକୁ ଆସିବା ପୂର୍ବରୁ ଅଧା ବାଟରୁ ଆୟୁଶ ସୁତା ଝିଙ୍କି ଦେଲା ଯମ। ବିମାନ ଦୁର୍ଘଟଣାରେ ସବୁଦିନ ପାଇଁ ଆଖି ବୁଜିଦେଲେ ଦୀପକ।‘Only saving lives mattered’

ଗତକାଲି ଦୁବାଇରୁ କେରଳର କୋଝିକୋଡ ଆସୁଥିବା ବିମାନ ରନୱେରେ କ୍ରାଶ ଲ୍ୟାଣ୍ଡିଂ କରିଥିଲା। ଏଥିରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ ପାଇଲଙ୍କ ମଧ୍ୟରେ ଥିଲେ ୫୮ ବର୍ଷୀୟ କ୍ୟାପଟେନ୍ ଦୀପକ ବସନ୍ତ ସାଥେ। ଏୟାର ଇଣ୍ଡିଆରେ ଯୋଗାଦେବା ପୂର୍ବରୁ ସେ ଭାରତୀୟ ବାୟୁସେନାରେ ଦକ୍ଷ ଓ୍ୱିଙ୍ଗ କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ। ବିମାନ ଉଡ଼ାଣରେ ତାଙ୍କର ଥିଲା ୧୦ ହଜାର ଘଣ୍ଟାରୁ ଅଧିକ ଅଭିଜ୍ଞତା।

Tears roll down as mother of Deepak Vasant Sathe, pilot of crashed ...

ଦୀର୍ଘ ୩୬ ବର୍ଷ ହେଲା ସେ ବିମାନ ଉଡ଼ାଇବାର ଅଭିଜ୍ଞତା ରଖିଛନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଉଡ଼ାଇବା ପୂର୍ବରୁ ସେ ଏୟାରବସ୍ ୩୧୦ ଉଡ଼ାଉଥିଲେ। ବାୟୁସେନାରେ ଥିବାବେଳେ ଏୟାରଫୋର୍ସ ଏକାଡେମିରେ ତାଙ୍କୁ ସୋଡ୍ ଅଫ୍ ଅନର ସମ୍ମାନ ବି ମିଳିଥିଲା। ୧୯୯୦ରେ ସେ ବାୟୁସେନାରେ ଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ୬ ମାସ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ।

କ୍ୟାପଟେନ୍ ସାଥେ ମୁମ୍ବାଇରେ ସ୍ତ୍ରୀ ଓ ୨ ପୁଅଙ୍କ ସହ ରହୁଥିବାବେଳେ ତାଙ୍କ ବାପା ମା’ ନାଗପୁରରେ ରୁହନ୍ତି। ପୂର୍ବରୁ ସାଥେଙ୍କ ଭାଇ ବିକାଶ ସାଥେ ଦେଶ ପାଇଁ ସହିଦ ହୋଇଥିଲେ। ତାଙ୍କ ବାପା ବସନ୍ତ ସାଥେ ମଧ୍ୟ ଭାରତୀୟ ସେନାରେ ବ୍ରିଗେଡିୟର ଭାବେ କାର୍ଯ୍ୟ କରିଛନ୍ତି।

Kozhikode crash: Pilot had planned to pay surprise visit on ...

ନିଜ ଆଖି ଆଗରେ ଦୁଇ ପୁଅ ଦେଶ ପାଇଁ ପ୍ରାଣବଳି ଦେଇଥିବାରୁ ଏହି ଘଟଣା ପରେ ବାସ୍ପରୁଦ୍ଧ ହୋଇଯାଇଛି ସାଥେଙ୍କ ୮୫ ବର୍ଷୀୟ ମାଙ୍କ ସ୍ୱର। ଏପଟେ ପରିତାପର ବିଷୟ ଯେ ନିଜ ମାଙ୍କ ୮୪ତମ ଜନ୍ମଦିନ ପାଳନ ପାଇଁ ଆଜି ସେ ଘରେ ପହଞ୍ଚି ସରପ୍ରାଇଜ୍ ଦେବା ପୂର୍ବରୁ ତାଙ୍କର ଏ ସ୍ୱପ୍ନ ଅଧା ରହି ଯାଇଛି।air india plane crash, kozhikode air plane crash, kozhikode air india plane crash, air india news, air india plane crash today, air india plane accident, air india aircraft crash, air india aircraft crash news, air india plane crash in kerala, air india plane crash in kerala today, air india plane crash news, kerala plane crash latest news, kerala plane crash news, kerala plane crash today news, kerala news, kerala news update

କ୍ୟାପ୍ଟେନ ସାଥେଙ୍କ ସମ୍ପର୍କୀୟ ଭାଇ ନିଲେଶ ସାଥେ କହିଛନ୍ତି, ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ମୋ ଭାଇ ଓ ବନ୍ଧୁ ଦୀପକ ଆଉ ଏ ଦୁନିଆରେ ନାହିଁ। ଦୀପକ ୩୬ ବର୍ଷ ହେଲା ବିମାନ ଉଡ଼ାଣର କ୍ଷମତା ରଖିଥିଲେ। ସେ ୨୧ ବର୍ଷ ଧରି ଭାରତୀୟ ବାୟୁସେନା ପାଇଁ କାର୍ଯ୍ୟ କରିଛନ୍ତି।

Deepak Vasant Sathe Wiki, Age, Wife, Family, Biography & More ...

୨୦୦୫ରେ ହିଁ ସେ ଏୟାର ଇଣ୍ଡିଆରେ ସାମିଲ ହୋଇଥିଲେ। ସେ ମୋତେ ମାତ୍ର ଗୋଟିଏ ସପ୍ତାହ ତଳେ ଫୋନ କରିଥିଲା। ଏବେ ସେ ନାହିଁ ବୋଲି ମୁଁ ବିଶ୍ୱାସ କରିପାରୁ ନାହିଁ।

ଆହୁରି ପଢ଼ନ୍ତୁ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

You might also like