ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାରରେ ଏନଡିଏର ସହଯୋଗୀ ଥିବା ଶିରୋମଣି ଅକାଳି ଦଳର କେନ୍ଦ୍ରମନ୍ତ୍ରୀ ହରସିମରତ କୌର୍ ବାଦଲ ମନ୍ତ୍ରୀପରିଷଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ସତ୍ତ୍ୱେ ମୋଦି ସରକାରଙ୍କୁ ଅକାଳି ଦଳର ସମର୍ଥନ ଜାରି ରହିବ। ଅକାଳି ଦଳର ଅଧ୍ୟକ୍ଷ ଏବଂ ହରସିମରତ୍ କୌରଙ୍କ ପତି ସୁଖବୀର ବାଦଲ୍ ସଂସଦରେ ପାରିତ ହୋଇଥିବା କୃଷି ବିଲକୁ ବିରୋଧ କରିଥିଲେ। ତେବେ ଏହି ବିଲ୍‌ ବିରୋଧରେ ହରସିମରତ୍ କୌର୍ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ହରସିମରତ୍ କହିଛନ୍ତି, ‘ମୁଁ କୃଷି ବିରୋଧୀ ଅଧ୍ୟାଦେଶ ଏବଂ ଆଇନର ବିରୋଧରେ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛି। ମୁଁ ଗର୍ବିତ ଯେ କିଷାନଙ୍କ ସହ ମୁଁ ତାଙ୍କ ଝିଅ ଓ ଭଉଣୀ ଭାବେ ଛିଡ଼ା ହୋଇଛି।’ ଏହା ପୂର୍ବରୁ ଶିରୋମଣି ଅକାଳି ଦଳର ସାଂସଦ ଏବଂ ପାର୍ଟିର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଲୋକସଭାରେ ହରସିମରତଙ୍କ ଇସ୍ତଫା ଦେବା କଥା କହିଥିଲେ।

ଚାଷ ଓ ଚାଷୀଙ୍କ ଉଦ୍ଦେଶ୍ୟରେ ମୋଦି ସରକାର ତିନୋଟି ଅଧ୍ୟାଦେଶ ଜାରି କରିଥିଲେ। ଏବେ ସଂସଦ ଅଧିବେଶନରେ ଏ ସମ୍ପର୍କିତ ବିଲକୁ ଆଇନରେ ପରିଣତ କରିବାକୁ ଆଗତ କରାଯାଇଛି। ଅକାଳି ଦଳ ପ୍ରଥମେ ଏହି ବିଲକୁ ସମର୍ଥନ କରୁଥିଲା। କିନ୍ତୁ ପଞ୍ଜାବ ଓ ହରିଆଣାରେ ଏହି ପ୍ରସ୍ତାବିତ ବିଲ୍‌ ବିରୋଧରେ ସପ୍ତାହେ ଧରି ଜୋରଦାର ଆନ୍ଦୋଚନ ଚାଲିଥିବାରୁ ଦଳ ରାଜନୀତିକ ଉଦ୍ଦେଶ୍ୟରେ ମତ ପରିବର୍ତ୍ତନ କରିଛି। ପଞ୍ଜାବ ଓ ହରିଆଣା ଚାଷୀମାନଙ୍କର ମତ ହେଉଛି ଏହି ବିଲ୍‌ ଆଇନରେ ପରିଣତ ହେଲେ ଚାଷୀମାନେ ଅଧିକ କ୍ଷତିର ସମ୍ମୁଖୀନ ହେବେ।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like