ଲକ୍‌ଡାଉନ୍‌ରେ ଚାଲିବ ଚାଷ କାମ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଯୋଗୁଁ  ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଚାଷ କାମକୁ ଚାଲୁ ରଖିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲକ୍‌ଡାଉନ୍ ସମୟରେ ଦେଶରେ ଚାଷକାମ ଓ ବିହନ ବୁଣିବା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ ଚିଠି ଲେଖିଲା କେନ୍ଦ୍ର ଗୃହମନ୍ତ୍ରାଳୟ।

କରୋନାକୁ ନେଇ ସାରା ଦେଶରେ ବର୍ତ୍ତମାନ ଲକ୍‌ଡାଉନ୍ ଜାରି ହୋଇଥିବାବେଳେ କୃଷି କାର୍ଯ୍ୟକୁ ଏଥିରୁ ବାଦ ଦେବାକୁ ଅନୁମତି ଦେବାକୁ ରାଜ୍ୟଗୁଡିକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି।

ଏଥିରେ ଚାଷୀ ଏବଂ ଚାଷ କାମ ଯେପରିକି, ବିହନ ବୁଣିବା, କୃଷି ଯନ୍ତ୍ରାଂଶ ପରିବହନ, ଚାଷକାମରେ ନିୟୋଜିତ ଶ୍ରମିକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକୁ ବାଦ ଦେବାକୁ କୁହାଯାଇଛି। ସାମାଜିକ ଦୂରତ୍ୱ ବଜାୟ ରଖି କୃଷି ଏବଂ ଅନ୍ୟାନ୍ୟ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବାକୁ ପରାମର୍ଶ ଦିଆଯାଇଛି ଆଡଭାଇଜରିକୁ ଗୁରୁତ୍ୱର ସହ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି।

 

You might also like