ଦେଶର ଦୁର୍ବଳ ଅର୍ଥନୀତିକୁ ନେଇ ବିଜେପିକୁ ସମାଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସ୍ୱାମୀ

ନୂଆଦିଲ୍ଲୀ: ଦେଶର ଆର୍ଥିକ ବ୍ୟବସ୍ଥା କ’ଣ ରହିଛି? ଏଯାଏ କେନ୍ଦ୍ର ସରକାର ପକ୍ଷରୁ ସଠିକ ସୂଚନା ମିଳି ପାରିନାହିଁ। ଫିଲ୍ମ ଭଲ ବ୍ୟବସାୟ କରୁଛି ମାନେ ଦେଶର ଆର୍ଥିକ ବ୍ୟବସ୍ଥା ଭଲ ଅଛି ବୋଲି ନିକଟରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ। ହେଲେ ଗଣମାଧ୍ୟମ ଏବଂ ଅର୍ଥବିଶାରଦ ଯେତେବଳେ ଗୋଡ଼େଇ ତୋଡ଼େଇ ବିଜେପି ନେତାଙ୍କୁ ଏ ନେଇ ପ୍ରଶ୍ନ କଲେ ସେତେବେଳେ ବିଜେପି ନେତାଙ୍କ ପାଖରୁ ସଠିକ ଉତ୍ତର ମିଳିନଥାଏ। ଏବେ କିନ୍ତୁ ଖୋଦ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ତଥା ଅର୍ଥବିଶାରଦ ପରକଳା ପ୍ରଭାକର ଏକ ଆଲେଖ୍ୟ ଲେଖି ଦେଶର ଆର୍ଥିକ ସ୍ଥିତିର ଚିତ୍ର ସାମ୍ନାକୁ ଆଣିଛନ୍ତି।

ମୋଦି ସରକାର ନେହେରୁଙ୍କ ନୀତି ବାବଦରେ ଆଲୋଚନା କରିବା ପରିବର୍ତ୍ତେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ପିଭି ନରସିମହା ରାଓଙ୍କ ଆର୍ଥିକ ମଡେଲରୁ ଶିକ୍ଷା ଲାଭ କରିବା ଦରକାର। ଯଦି ଏବେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଚେଷ୍ଚା ନ କରିବେ ତାହାଲେ ଦେଶର ଅବସ୍ଥା ଆହୁରି ଖରାପ ହେବ ବୋଲି ସୀତାରମଣଙ୍କ ସ୍ୱାମୀ ଚେତାଇଛନ୍ତି।

ପ୍ରଭାକର କହିଛନ୍ତି ଦେଶର ଅର୍ଥବ୍ୟବସ୍ଥାକୁ ନେଇ ମୋଦି ସରକାର ପାଖରେ କୌଣସି ରୋଡ୍ ମ୍ୟାପ ନାହିଁ। ଦେଶର ଖରାପ ଅର୍ଥବ୍ୟବସ୍ଥାକୁ ଦୀର୍ଘ ବର୍ଷ ହେବ ବିଜେପି ସରକାର ଅଣଦେଖା କରିଆସୁଛି। ଜନସଂଘ ପ୍ରତିଷ୍ଠା ହେବା ଠାରୁ ବିଜେପି ନେହେରୁ ସରକାରଙ୍କ ବାବଦରେ ଆଲୋଚନା କରୁଛି। ବିଜେପି କେବଳ ନେହରୁଙ୍କ ଆର୍ଥିକ ନୀତିକୁ ହିଁ ସମାଲୋଚନା କରୁଛି। ହେଲେ ବିଜେପି ନିଜର ଆର୍ଥିକ ନୀତି ଉପରେ କେବେ ବିଚାର କରୁନାହିଁ ବୋଲି ପ୍ରଭାକର କହିଛନ୍ତି।

You might also like