ଟ୍ରିପଲ ତଲାକ ଅଧ୍ୟାଦେଶକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ଟ୍ରିପଲ ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହା ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପୂର୍ବରୁ ସଂସଦର ଉଭୟ ଗୃହରେ ଟ୍ରିପଲ ତଲାକ ବିଲକୁ ପାରିତ କରିବା ପାଇଁ ସରକାର ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଟ୍ରିପଲ ତଲାକ୍ ବିଲ ସଂସଦର ଶୀତକାଳୀନ ଅଧିବେଶନରେ ଲୋକସଭାରେ ପାରିତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ଏହାକୁ ତୀବ୍ର ବିରୋଧ ହୋଇଥିଲା।

ଗତବର୍ଷ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ଟ୍ରିପଲ ତଲାକ୍ ବେଆଇନ ଓ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ।

You might also like