ବ୍ୟାନ୍‌ ହେଲା ଇ-ସିଗାରେଟ୍

ନୂଆଦିଲ୍ଲୀ: ବୁଧବାର ଇ-ସିଗାରେଟ୍‌ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍‌ ଲଗାଇବାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଇ-ସିଗାରେଟ୍‌ ଏବଂ ସେଭଳି ସବୁ ଉତ୍ପାଦ ଲୋକଙ୍କର ବିଶେଷ କରି ଯୁବକମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବାରୁ କ୍ୟାବିନେଟ୍‌ ଏସୁବୁ ଉପରେ ବ୍ୟାନ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛି।

ସେ କହିଥିଲେ, ରିପୋର୍ଟରୁ ଜଣାପଡ଼ିଛି କିଛି ଲୋକ ଇ-ସିଗାରେଟ୍‌ର ଅଭ୍ୟାସରେ ପଡ଼ିବାର ଆରମ୍ଭ କରିସାରିଛନ୍ତି। ମୋଟ ୪୦୦ ବ୍ରାଣ୍ଡର ଇ-ସିଗାରେଟ୍‌ ରହିଥିବାବେଳେ ଏସବୁ ୧୫୦ ପ୍ରକାରର ଫ୍ଲେଭରରେ ମିଳୁଛି। କିନ୍ତୁ ଏଥିରୁ ଗୋଟିଏ ବି ଭାରତରେ ଉତ୍ପାଦନ ହେଉନାହିଁ। ଏହା ତମାଖୁ ବ୍ୟବହାର କମାଇବା ପରିବର୍ତ୍ତେ ଏକ ‘ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ’ ଭାବେ ବ୍ୟବହୃତ ହେଉଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।

ବର୍ଷକୁ ଦେଶର ୯ ଲକ୍ଷ ଲୋକ ତମାଖୁ ସେବନ କାରଣରୁ ମୃତ୍ୟୁବରଣ କରୁଥିବାବେଳେ ଭାରତରେ ଧୂମ୍ରପାନକାରୀ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ଏହା ଜୂଲ୍‌ ଏବଂ ଫିଲିପ୍‌ ମୋରିସ୍‌ ପରି କମ୍ପାନୀ ପାଇଁ ବଡ଼ ମାର୍କେଟ୍‌ ସୃଷ୍ଟି କରିଛି।

ଏହା ପୂର୍ବରୁ ନ୍ୟୁୟର୍କ ଏବଂ ମିଚିଗାନ୍‌ ମଧ୍ୟ ଇ-ସିଗାରେଟ୍‌ ବ୍ୟାନ୍‌ କରିସାରିଛନ୍ତି। ପ୍ରଥମେ ମିଚିଗାନ୍‌ ଏବଂ ପରେ ନ୍ୟୁୟର୍କ ଦ୍ୱିତୀୟ ଆମେରିକୀୟ ଦେଶ ଭାବେ ଏହି ନିଷ୍ପତ୍ତି ନେଇଥିଲା। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭବିଷ୍ୟତରେ ପଦକ୍ଷେପ ନିଆଯିବ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like