ବଜେଟ-୨୦୨୦; କୃଷିର ଉନ୍ନତି ପାଇଁ ୧୬ ଆକ୍ସନ ପ୍ଲାନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିମଳା ସୀତାରମଣ ଚଳିତ ଆର୍ଥକ ବର୍ଷର ପୂର୍ଣ୍ଣଙ୍ଗ ବଜେଟ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ସରକାରରେ ନିର୍ମଳା ସୀତରମଣ ଦ୍ୱିତୀୟ ଥର ପାଇଁ ଉପସ୍ଥାପନ କରୁଛନ୍ତି ବଜେଟ।

ଆଜି ବଜେଟ୍‌ରେ କୃଷିର ଉନ୍ନତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ। କ’ଣ ରହିଛି ବଜେଟ୍‌ରେ ଆସନ୍ତୁ ଜାଣିବା-

୧-ବଜେଟ୍‌ରେ କୃଷିର ଉନ୍ନତି ନେଇ ୧୬ଟି ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି

୨-ଜଳାଭାବ ଥିବା ୧୦୦ଟି ଜିଲ୍ଲାରେ ବିଶେଷ ବ୍ୟବସ୍ଥା କରାଯିବ

୩-୨୦ ଲକ୍ଷ ଚାଷୀଙ୍କୁ ସବସିଡିରେ ସୋଲାର ପମ୍ପ ଦିଆଯିବ

୪-ଅନ୍ୟ ୫୦ ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ଚାଳିତ ପମ୍ପ ଯୋଗାଇ ଦିଆଯିବ

୫-ଜମିରେ ଅତିମାତ୍ରାରେ ସାର ପ୍ରୟୋଗ ନକରିବା ଉପରେ ନଜର ଦିଆଯିବ

୬-ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଷାନ ରେଳ ପ୍ରଚଳନ ହେବ

୭-କୃଷି ଦ୍ରବ୍ୟ ପରିବହନ ପାଇଁ ଆରମ୍ଭ ହେବ କୃଷି ଉଡ଼ାନ ଯୋଜନା, ବେସାମରିକ ବିମାନ ଚଳାଚଳ ବିଭାଗ ଆରମ୍ଭ କରିବ କୃଷି ଉଡ଼ାନ
୮-ଉଦ୍ୟାନ କୃଷି ପାଇଁ ଏକ ଜିଲ୍ଲା, ଏକ ଉତ୍ପାଦନ ବ୍ୟବସ୍ଥା ଲାଗୁ ହେବ

୯-୨୦୨୦-୨୧ ପାଇଁ ୧୫ ଲକ୍ଷ କୋଟିର କୃଷି ଋଣ ବଣ୍ଟନ ଲକ୍ଷ୍ୟ

୧୦-ଏଥରର ବଜେଟ୍‌ ଲୋକଙ୍କ ଆୟ ବୃଦ୍ଧି କରିବ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

You might also like