LICରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର

ନୂଆଦିଲ୍ଲୀ:ଭାରତୀୟ ଜୀବନ ବିମା ନିଗମ ବା ଲାଇଫ ଇନ୍‌ସ୍ୟୁରାନ୍ସ (LIC)ରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର । ଏ ନେଇ ବଜେଟ୍‌ରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ IDBIର ସରକାରୀ ଅଂଶଧନକୁ ମଧ୍ୟ ବିକ୍ରି କରିବେ ବୋଲି ଘୋଷଣା କରିଛନ୍ତି। ଏଲଆଇସିରୁ କେତେ ପୁଞ୍ଜି ପ୍ରତ୍ୟାହାର କରିବେ ସେ ନେଇ ଯଦିଓ ସ୍ପଷ୍ଟ ଜଣା ପଡ଼ିନାହିଁ ତେବେ ଏହାକୁ ନେଇ ବିରଧୀମାନେ ପାଟିତୁଣ୍ଡ କରିଛନ୍ତି।
ସୂଚନାଥାଉ କି ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶିତ ପୁଞ୍ଜି ପ୍ରତ୍ୟାହାର କରିବା ପାଇଁ ଘୋଷଣା କରି ସାରିଛନ୍ତି । ସେହିପରି ଭାରତ ପ୍ରଟ୍ରୋଲିୟମ କର୍ପୋରେସନ ଲିମିଟେଡ(BPCL) ଓ ଭାରତୀୟ କଣ୍ଟେନର ନିଗମୀରୁ ମଧ୍ୟ ପୁଞ୍ଜି ପ୍ରତ୍ୟାହାର ଘୋଷଣା କରାଯାଇ ସାରିଛି। ସରକାର ୨୦୧୯-୨୦ରେ ପୁଞ୍ଜି ପ୍ରତ୍ୟାହାର ଜରିଆରେ ୧.୦୫ କୋଟି ଟଙ୍କା ଯୋଗାଡ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।
ଯାହା ବି ହେଉ, ଏଥର ବିତ୍ତିୟ ନିଅଣ୍ଟ ପରିମାଣ ୨୦୨୦-୨୧ରେ ୩.୮ ପ୍ରତିଶତ ରହିପାରେ ବୋଲି ଆକଳନ କରାଯାଉଛି।  ତେବେ ସରକାର ସମସ୍ତ ବ୍ୟାଙ୍କଗୁଡକ ଉପରେ କଡା ନଜର ରଖିବ ଏବଂ ବ୍ୟାଙ୍କିଂ ସିଷ୍ଟମରେ ସୁଧାର ଆଣିବା ପାଇଁ କଡ଼ା ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।
You might also like