କରୋନାରେ ଛୋଟା ରାଜନର ମୃତ୍ୟୁ ଖବର ମିଛ- ଏମ୍ସ କର୍ତ୍ତୃପକ୍ଷ 

ନୂଆଦିଲ୍ଲୀ:ଏମ୍ସ ପ୍ରଶାସନ ୬୧ ବର୍ଷୀୟ ଅଣ୍ଡରୱାର୍ଲ୍ଡ ଡନ୍‌  ଛୋଟାରାଜନର କରୋନାରେ ମୃତ୍ୟୁ ଖବରକୁ ଖଣ୍ଡନ କରିଛି । ନ୍ୟୁଜ ଏଜେନ୍ସି ଏଏନଆଇ କହିବା ଅନୁସାରେ ବର୍ତ୍ତମାନ ଛୋଟା ରାଜନ ଚିକିତ୍ସାଧୀନ ଅଛନ୍ତି । ଏହା ପୂର୍ବରୁ ଖବର ପ୍ରକାଶ ପାଇଥିଲା, ଛୋଟା ରାଜନର କରୋନାରେ ମୃତ୍ୟୁ ଘଟିଛି ।

ସୂଚନାଥାଉ କି, ଛୋଟା ରାଜନ କରୋନା ସଂକ୍ରମିତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି  ହୋଇଥିଲା । ସେଠାରେ ତା’ର ଚିକିତ୍ସା ଚାଲିଥିଲା । ଗତ ସୋମବାର ଦିଲ୍ଲୀର ଏକ ଅଦାଲତ ତିହାର ଜେଲରେ ବନ୍ଦୀ ଥିବା ଛୋଟା ରାଜନ କୋଭିଡ ସଂକ୍ରମିତ ବୋଲି ସୂଚନା ଦେଇଥିଲେ ।

ଏମ୍ସ କର୍ତ୍ତୃପକ୍ଷ ଛୋଟା ରାଜନର ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଏପ୍ରିଲ ୨୬ ତାରିଖରେ ସେ ଏମ୍ସକୁ ଆସିଥିଲେ । ସେ ଜୀବିତ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ମୃତ୍ୟୁକୁ ନେଇ ପ୍ରକାଶିତ ଖବର ମିଛ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି ।

ଏଠି କହି ରଖିବୁ, ଇଣ୍ଡୋନେସିଆର ବାଲିରେ ପ୍ରତ୍ୟର୍ପଣ ପରେ ଛୋଟା ରାଜନ ଗିରଫ ହୋଇ ଦିଲ୍ଲୀ ତିହାର ଜେଲ୍‌ରେ ଥିଲା । ତା’ ବିରୋଧରେ ମହାରାଷ୍ଟ୍ରରେ ୭୦ରୁ ଅଧିକ ମାମଲା ରହଛି । ସେ ଦୀର୍ଘ ବର୍ଷ ଧରି ଫେରାର ହେବା ପରେ ୨୦୧୫ରେ ଗିରଫ କରା ଯ।।ଇଥିଲା । ତା ବିରୋଧରେ ଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ୨୦୧୧ ମସିହାରେ ସାମ୍ବାଦିକ ଜ୍ୟୋତିର୍ମୟ ଦେଙ୍କ ହତ୍ୟା ମାମଲାରେ ଛୋଟା ରାଜନକୁ ଆଜୀବନ ଜେଲ ଦଣ୍ଡାଦେଶ ମିଳିଥିଲା ।

You might also like