ନିର୍ମାଣାଧୀନ କୋଠା ଭୁଶୁଡ଼ି ତିନି ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗ୍ରେଟର୍‌ ନୋଏଡ଼ାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି । ନୋଏଡ଼ାର ସାହାବେରି ଭିଲେଜ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ଗତକାଲି ରାତି ୮ଟାରେ ଗ୍ରେଟର୍‌ ନୋଇଡାରେ ଥିବା ୪ ମହଲା କୋଠା ଉପରେ ଏକ ନିର୍ମାଣାଧୀନ ୬ ମହଲା ବିଲ୍‌ଡ଼ିଂ ଭୁଶୁଡ଼ି ପଡିଥିଲା। ଚାରି ମହଲା ବିଲ୍‌ଡ଼ିଂରେ ୧୮ଟି ପରିବାର ରହୁଥିଲେ। ଘଟଣାସ୍ଥଳରେ ପୋଲିସ,ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଧ୍ୱଂସାବଶେଷ ତଳେ ଏବେ ବି କିଛି ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

You might also like