ଗୁରୁଗ୍ରାମ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଗୁରୁଗ୍ରାମ: ହରିଆଣା ଗୁରୁଗ୍ରାମସ୍ଥିତ ଉଲାୱାସରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଆହୁରି ୨ରୁ ୩ ଜଣ ଲୋକ ଫସି ରହିଥିବା ଅନୁମାନ କରାଯାଉଛି।

ଏନ୍‌ଡିଆର୍‌ଏଫ୍ ଟିମ୍, ଅଗ୍ନିଶମ ବିଭାଗ, ପୁଲିସ୍ ପ୍ରଶାସନ, ଏସଡିଆର୍‌ଏଫ୍ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଆଜି ବଡି ଭୋର୍ ସମୟରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। କୋଠାର ଚତୁର୍ଥ ମହଲା ନିର୍ମାଣାଧୀନ ଥିବାବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ଦୁର୍ଘଟଣାରେ ଆଖପାଖ ଘରଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛି।

You might also like