ପାର୍ସଲ ଉଠାଇବାବେଳେ ଭୟଙ୍କର ବିସ୍ଫୋରଣ

ବେଙ୍ଗାଲୁରୁ: ଉତ୍ତର କର୍ଣ୍ଣାଟକାର ହୁବ୍ବାଲି ରେଳ ଷ୍ଟେସନ୍‌ରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ରେଳ ଷ୍ଟେସନରେ ଥିବା ଏକ ସନ୍ଦିଗ୍ଧ ପାର୍ସଲକୁ ଜଣେ ବ୍ୟକ୍ତି ଉଠାଉଥିବା ବେଳେ ଏଭଳି ବିସ୍ଫୋରଣ ହୋଇଛି।

ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ବିସ୍ଫୋରଣ ଯୋଗୁ ନିକଟରେ ଥିବା ଦୋକାନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ ରେଳ ଷ୍ଟେସନରେ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତେବେ ତୁରନ୍ତ ରେଳବାଇ ପୁଲିସ୍‌ ଓ ଅନ୍ୟ ସୁରକ୍ଷାକର୍ମୀମାନେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।

ସନ୍ଧାନି କୁକୁର ଦ୍ୱାରା ଘଟଣା ସ୍ଥଳରେ ଛାନଭିନ୍‌ ଆରମ୍ଭ ମଧ୍ୟ କରିଥିଲେ। ହେଲେ ଏଯାଏ ବିସ୍ଫୋରଣ କେମିତି ହେଲା, ତାହା ଜଣାପଡ଼ିନାହିଁ।

You might also like