ପବ୍‌ଜି ପାଇଁ ଜୀବନ ହାରିଲେ ଛାତ୍ର ! ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା: ପବ୍‌ଜି ଖେଳି ନ ପାରିବାରୁ ଜଣେ ୨୧ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଥିବା ପୋଲିସ୍‌ ସୂଚନା ଦେଇଛି।

ମୃତ ଯୁବକଙ୍କ ନାଁ ପ୍ରୀତମ ହଲ୍‌ଦର୍‌। ସେ ଆଇଟିଆଇ ଛାତ୍ର ଥିଲେ। ଚକ୍‌ଡାହ ପୋଲିସ୍‌ ଥାନା ଅନ୍ତର୍ଗତ ପୂର୍ବ ଲାଲ୍‌ପୁର ଅଞ୍ଚଳରେ ତାଙ୍କ ଘର।

ପ୍ରୀତମଙ୍କ ମା’ ରତ୍ନା ସୂଚନା ଦେଇ କହିଛନ୍ତି, ଶୁକ୍ରବାର ସକାଳେ ସେ ବ୍ରେକ୍‌ଫାଷ୍ଟ ଖାଇ ନିଜ ରୁମ୍‌କୁ ଯାଇଥିଲେ। ଯେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ ମୁଁ ରୁମ୍‌ର କବାଟ ବାଡ଼େଇ ଥିଲି, ସେ କବାଟ ଖୋଲି ନ ଥିଲେ। ବାରମ୍ବାର କବାଟ ବାଡ଼େଇବା ସତ୍ତ୍ୱେ ନ ଖୋଲିବାରୁ ପଡ଼ୋଶୀଙ୍କୁ ଡାକିଥିଲି। ପଡ଼ୋଶୀମାନେ ଆସି କବାଟ ଭାଙ୍ଗିଥିଲେ ଓ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା।

ରତ୍ନା ଆହୁରି କହିଛନ୍ତି, ତାଙ୍କ ପୁଅ ପ୍ରୀତମ ପବ୍‌ଜି ଖେଳି ନ ପାରିବାରୁ ଅବସାଦରେ ଥିଲେ। ରାତିରେ ସେ ପବ୍‌ଜି ଖେଳୁଥିଲେ। ତେଣୁ ମୁଁ ଭାବୁଛି ସେ ପବ୍‌ଜି ଖେଳି ନ ପାରିବରୁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି।

ପ୍ରୀତମଙ୍କ ବାପା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ମା’ ଗୃହିଣୀ। ସେମାନଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି।

ପୋଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନାଥାଉ କି, ଭାରତ ସରକାର ବୁଧବାର ଦିନ ଲୋକପ୍ରିୟ ଗେମ୍ ‘ପବ୍‌ଜି’ ସମେତ ମୋଟ ୧୧୮ଟି ଚାଇନିଜ୍ ଆପକୁ ବ୍ୟାନ୍ ନେଇ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

You might also like