ଆସିଲା ଉମା ଭାରତୀଙ୍କ କରୋନା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ଆସିଛି। ଏ ନେଇ ନିଜେ ଉମାଭାରତୀ ଟ୍ୱିଟ କରି ସୂଚନା ଦେଇଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଆକ୍ରାନ୍ତ ହେବା ପରେ ଉମା ଭାରତୀ ନିଜର ନମୂନା ପରୀକ୍ଷା କରାଇଥିଲେ। ହେଲେ ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି। ଗୋଟିଏ ପରେ ଗୋଟିଏ ୩ଟି ଟ୍ୱିଟ କରି ଉମା ଭାରତୀ ଏହି ସୂଚନା ଦେଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଶିବରାଜ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରିବା ପାଇଁ ନିବେଦନ କରିଥିଲେ। ସେ ଜୁଲାଇ ୨୨ ତାରିଖ ମୁଖ୍ୟମନ୍ତ୍ରୀ ନିବାସ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରିଜନଙ୍କ ସହ ସାକ୍ଷାତ କରିଥିଲେ। ତେଣୁ ସେ ନିଜର କରୋନା ଟେଷ୍ଟ କରାଇ ନେଇଥିଲେ।

ସେ ଆଉ ଏକ ଟ୍ୱିଟ୍‌ରେ କହିଛନ୍ତି, ‘ମୁଁ ଅପେକ୍ଷା କରିଛି, ମୋ ଭାଇ ଶିବରାଜ ସିଂହ ଚୌହାନ ଜୀ ଡାକ୍ତରଖାନାରୁ ଶୀଘ୍ର ଘରକୁ ଫେରିବେ  ଏବଂ ମୁଁ ତାଙ୍କର ସ୍ୱାଗତ କରିବି।

ଏଠି କହିରଖିବୁ, ଦୁଇ ଦିନ ତଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

You might also like