୨୦୦ ଫୁଟ ଉପରେ ଖରାପ ହୋଇଗଲା ଝୁଲା, ଜୀବନକୁ ବିପଦ ମୁହଁକୁ ଠେଲି ତଳକୁ ଓହ୍ଲାଇଲେ ଲୋକେ

ଲଣ୍ଡନ: ବ୍ରିଟେନର ସବୁଠାରୁ ଲମ୍ବା ରୋଲର କୋଷ୍ଟର (UK’s Tallest Roller Coaster) ଖରାପ ହେବା ଫଳରେ ବାଧ୍ୟହୋଇ ଲୋକମାନଙ୍କୁ ୨୦୦ ଫୁଟରୁ ଅଧିକ ପର୍ଯ୍ୟନ୍ତ ଚାଲି ଚାଲି ତଳକୁ ଓହ୍ଲାଇବାକୁ ପଡ଼ିଥିଲା। Blackpool Pleasure Beach ଉପରେ ଥିବା ଦ ବିଗ ୱାନ(The Big One) ରୋଲର କୋଷ୍ଟର ଖରାପ ହୋଇଯିବା ଫଳରେ ଲୋକଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପ୍ରିଲ 25 ତାରିଖରେ ଏହି ଅଘଟଣ ଘଟିଥିଲା।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି, ରୋଲର କୋଷ୍ଟର ଖରାପ ହୋଇଯିବା ଯୋଗୁ ଲୋକମାନେ ଚାଲି ଚାଲି ତଳକୁ ଓହ୍ଲାଇବା ପାଇଁ ପ୍ରୟାସ କରୁଛନ୍ତି ହଠାତ ରୋଲର କୋଷ୍ଟର ଖରାପ ହେବା ଫଳରେ ଲୋକମାନେ ଭୟଭୀତ ହୋଇଯାଇଥିଲେ ଶେଷରେ କିଛି ଉପାୟ ନପାଇ ଜୀବନକୁ ବିପଦ ମୁହଁକୁ ଠେଲି ୨୦୦ ଫୁଟରୁ ଅଧିକ ପର୍ଯ୍ୟନ୍ତ ଚାଲି ଚାଲି ତଳକୁ ଓହ୍ଲାଉ ଥିବା ଦେଖିବାକୁ ମିଳିଥିଲା. କିଛି ସମୟ ପରେ ଏହାକୁ ଠିକ କରାଯାଇଥିଲା ଓ ଚଳାଚଳ ସ୍ୱାଭାବିକ ହୋଇଥିଲା

The Big One ହେଉଛି ଏକ ଷ୍ଟିଲ ରୋଲର କୋଷ୍ଟର। ଏହା ବ୍ରିଟେନର Lancashire ସ୍ଥିତ Blackpool Pleasure Beach ଉପରେ ରହିଛି। ୧୯୯୪ରେ ଯେତେବେଳେ ଏହା ଖୋଲିଥିଲା ସେତେବେଳେ ଏହା ଦୁନିଆର ସବୁଠାରୁ ଲମ୍ବା ରୋଲର କୋଷ୍ଟର ଥିଲାହେଲେ ବର୍ତ୍ତମାନ ଏହା ୟୁକେର ସବୁଠାରୁ ଲମ୍ବା ରୋଲର କୋଷ୍ଟର ଓ ଯାହାର ଲମ୍ବ ୨୧୩ ଫୁଟ

You might also like