କରୋନା ଆକ୍ରାନ୍ତ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ଲଣ୍ଡନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ତାଙ୍କୁ ଡାଉନିଂ ଷ୍ଟ୍ରିଟରେ ଥିବା ସେଣ୍ଟ ଥୋମାସ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି।

ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ କହିଛନ୍ତି, ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ବିଗିଡ଼ିଥିଲା। ତେଣୁ ଡାକ୍ତର ଟିମ୍‌ର ପରାମର୍ଶକ୍ରମେ ତାଙ୍କୁ ଆଇସିୟୁରେ ରଖାଯାଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଥିବାରୁ ବୈଦେଶିକ ସଚିବ ହିଁ ତାଙ୍କ ଦାୟିତ୍ୱ ସମ୍ପାଦନ କରିବେ। ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି ଓ ପୂରା ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି ଜଣାପଡ଼ିଛି। ବୋରିସ ଆଇସିୟୁରେ ଥିବାରୁ ଭାରତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୀଘ୍ର ଆରୋଗ୍ୟ ଲାଭ କରିବାକୁ କାମନା କରିଛନ୍ତି।

୧୦ ଦିନ ତଳେ ଜନସନ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ସେ ଘର ମଧ୍ୟରେ ଆଇସୋଲେସନ ହୋଇ ରହିଥିଲେ। ତେବେ ଭିଡିଓ କନଫରେନ୍ସିଂ ଜରିଆରେ ସରକାର ଚଳାଇବା ସହ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିଥିଲେ।
You might also like