• translate
Odishatv Bureau

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଫାଇଜର ବାୟୋଟେକ୍‌ ଟିକା ବ୍ୟବହାର କରିବାକୁ ଅନୁମତି ଦେଲା ବ୍ରିଟେନ୍‌। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍‌ ଫାଇଜକୁ କରୋନା ବିରୋଧରେ ବ୍ୟବହାର କରିବାକୁ ସରକାରୀ ସ୍ତରରେ ଅନୁମତି ଦେଇଛି। ଆସନ୍ତା ସପ୍ତାହରେ ଏହି ଟିକା ବଜାରରେ ଉପଲବ୍ଧ ହେବ ବୋଲି ବ୍ରିଟେନ୍ କହିଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି।

“ଫାଇଜର ବାୟୋଟେକ୍‌ କୋଭିଡ-୧୯ ଭ୍ୟାକ୍ସିନ୍‌କୁ ବ୍ୟବହାର ପାଇଁ ମେଡିକାଲ୍‌ ଆଣ୍ଡ ହେଲ୍‌ତ ପ୍ରଡକ୍ଟ ରେଗୁଲଟୋରୀ ଏଜେନ୍ସି(MHRC) ଅନୁମୋଦନ ଦେଇଥିଲା। ତେଣୁ ଏହି ଟିକା ଆସନ୍ତା ସପ୍ତାହରେ ଔଷଧ ମାର୍କେଟ୍‌ରେ ଉପଲବ୍‌ଧ ହେବ।” ବୋଲି ୟୁକେ ସରକାର କହିଥିବା ରୟଟର୍ସ ଖବର ପ୍ରକାଶ କରିଛି।

ପୂର୍ବ ନିର୍ଦ୍ଧାରିତ ରଣନୀତି ଅନୁସାରେ ଏହି ଟିକା ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ଓ ଘରୋଇ ସ୍ୱାସ୍ଥ୍ୟ ସହାୟକ,ବୟସ୍କ ବ୍ୟକ୍ତି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅସୁରକ୍ଷତି ବ୍ୟକ୍ତିଙ୍କୁ ଦିଆଯିବ।

ଫାଇଜର ଟିକା ନେଇ ସ୍ୱାସ୍ଥ୍ୟ ସଚିବ ମେଟ୍‌ ହାନକକ୍‌ କହିଛନ୍ତି ଯେ ଟିକା ବିତରଣ ପ୍ରକ୍ରିୟା ଆସନ୍ତା ସପ୍ତାହ ଆରମ୍ଭରୁ ହୋଇଯିବ। ଟିକା ଗ୍ରହଣ କରିବା ପାଇଁ ଆମେ ପ୍ରସ୍ତୁତ ହୋଇ ରହିଛୁ। ଏହା ଦେଶ ପାଇଁ ଏକ ଉତ୍ତମ ଖବର ବୋଲି ହାନକକ୍‌ କହିଛନ୍ତି।

ପୂର୍ବରୁ ଏହି ଟିକାର ପରୀକ୍ଷଣରେ ୯୦% ସଫଳ ହୋଇଛି। ଏହାର ସଫଳତା ନେଇ ଉଭୟ ଫାଇଜର ଓ ବାୟୋଟେକ୍‌ ଏବଂ ୟୁ.ଏସ୍‌. ବାୟୋଟେକ୍‌ ଫାର୍ମ ମଡେର୍ଣ୍ଣା ସୂଚନା ଦେଇଥିଲେ। ବ୍ରିଟେନ୍‌ ସରକାରଙ୍କର ଏପିର ନିଷ୍ପତ୍ତିକୁ ଐତିହାସିକ କହିଛି ଫାଇଜର।

Other Stories