ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ନୂଆଦିଲ୍ଲୀ:ଷ୍ଟିଲ କିଙ୍ଗ ଲକ୍ଷ୍ମୀ ମିତ୍ତଲଙ୍କ ଭାଇ ପ୍ରମୋଦ ମିତ୍ତଲ ତାଙ୍କ ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି ଟଙ୍କା। ଏବେ ତାଙ୍କୁ ବ୍ରିଟେନର ସବୁଠାରୁ ବଡ ଦେବାଳିଆ ବୋଲି ଘୋଷଣା କରାଯାଇଛି। କୁହାଯାଉଛି, ତାଙ୍କ ଉପରେ ଏବେ ପ୍ରାୟ ୨୪୫ କୋଟି ପାଉଣ୍ଡର ଋଣ ରହିଛି। ଏବେ ସେ ତାଙ୍କ ପତ୍ନୀଙ୍କ ରୋଜଗାରରେ ଚଳୁଛନ୍ତି।

ଚଳିତ ଗ୍ରୀଷ୍ମଋତୁରେ ଲଣ୍ଡନର କୋର୍ଟ ୬୪ ବର୍ଷୀୟ ମିତ୍ତଲଙ୍କୁ ଦେବାଳିଆ ଘୋଷଣା କରିଛି। ତାଙ୍କ ଉପରେ ୨୫୪ କୋଟି ପାଉଣ୍ଡ ଅର୍ଥାତ୍‌ ୨୫ ହଜାର କୋଟି ଟଙ୍କା ଋଣ ରହିଛି। ଏଥି ମଧ୍ୟରେ ତାଙ୍କ ବାପା ୯୪ ମସିହାରେ ଋଣ ନେଇଥିବା ୧୭ କୋଟି ପାଉଣ୍ଡ ମଧ୍ୟ ରହିଛି। ଏହା ବ୍ୟତୀତ ସେ ପତ୍ନୀ ସଙ୍ଗୀତାଙ୍କଠାରୁ ୧୧ ଲକ୍ଷ ପାଉଣ୍ଡ, ପୁଅ ଦିବ୍ୟେଶଙ୍କଠାରୁ ୨୪ ଲକ୍ଷ ପାଉଣ୍ଡ ଏବଂ ଜଣେ ସମ୍ପର୍କୀୟଙ୍କଠାରୁ ୧୧ ଲକ୍ଷ ପାଉଣ୍ଡ ଉଧାର ନେଇଛନ୍ତି।

ପ୍ରମୋଦ ମିତ୍ତଲଙ୍କ କହିବା ଅନୁଯାୟୀ, ତାଙ୍କ ପାଖରେ ଏବେ ମାତ୍ର ୧.୧୦ ଲକ୍ଷ ପାଉଣ୍ଡର ଆସେଟ୍‌ସ ରହିଛି। ତେବେ ତାଙ୍କର ଆଉ କୌଣସି ରୋଜଗାରର ସୋର୍ସ ନାହିଁ। ତେବେ ସେ ଋଣଦାତାଙ୍କୁ କିଛି କିଛି ଅଂଶ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ତାଙ୍କର ଏ ବିଶ୍ୱାସ ମଧ୍ୟ ରହିଛି ଯେ ସେ ଶୀଘ୍ର ଏହି ସମସ୍ୟାର ସମାଧାନ କରିବେ ଏବଂ ଏହି ଦେବାଳିଆରୁ ମୁକ୍ତି ପାଇବେ।

ବାହାଘର ଜଣେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଗୁଲରାଜ ବହଲଙ୍କ ସହ କରିଥିଲେ। ବାହାଘରରେ ସେ ନିଜ ଭାଇ ଲକ୍ଷ୍ମୀ ମିତ୍ତଲଙ୍କ କନ୍ୟା ବନିଶାଙ୍କ ବାହାଘରରଠାରୁ ଅଧିକ ୫ କୋଟି ଖର୍ଚ୍ଚ କରିଥିଲେ।

ପ୍ରମୋଦ ମିତ୍ତଲ କହିଛନ୍ତି, ‘ମୋର ଏବେ କୌଣସି ରୋଜଗାର ନାହିଁ। ପତ୍ନୀ ଆର୍ଥିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ। ଆମର ବ୍ୟାଙ୍କ ଖାତା ଅଲଗା। ତେବେ ତାଙ୍କର ରୋଜଗାର ବିଷୟରେ ମୁଁ ବିଶେଷ ଖବର ରଖେନି। ପ୍ରତି ମାସରେ ମୋର ପାଖାପାଖି ୨ ହଜାରରୁ ୩ ହଜାର ପାଉଣ୍ଡ ଖର୍ଚ୍ଚ ମୁଖ୍ୟତଃ ମୋ ପତ୍ନ ଓ ପରିବାର ଲୋକ ଚଳାଉଛନ୍ତି। ଏପରିକି ମୋର ଆଇନଗତ ଖର୍ଚ୍ଚ ମଧ୍ୟ ପରିବାର ଅନ୍ୟ ସଦସ୍ୟଙ୍କୁ ବହନ କରିବାକୁ ପଡୁଛି।

ପ୍ରମୋଦ କାହିଁକି ଏପରି ବର୍‌ବାଦ ହେଲେ ? ପ୍ରମୋଦଙ୍କର ଏକ ଆନ୍ତର୍ଜାତିକ ସ୍ତରର ମେଟଲର୍ଜିକାଲ କୋକ ଉତ୍ପାଦନ କମ୍ପାନୀ ରହିଛି ଯାହାର ସେ କୋ-ମ୍ୟାନେଜର ଅଛନ୍ତି।ଏହାର ସୁପରଭାଇଜର ବୋର୍ଡର ମଧ୍ୟ ମୂଖ୍ୟ ଥିଲେ। କିନ୍ତୁ ସେ ଋଣ ପାଇଁ ଏହାକୁ ବ୍ୟକ୍ତିଗତ ଗ୍ୟାରେଣ୍ଟି ରଖିଥିଲେ। ୨୦୧୩ ମସିହାରେ କମ୍ପାନୀ ପାଖାପାଖି ୧୬.୬ କୋଟି ଡଲାର ଋଣ ସୁଝିବାରେ ବିଫଳ ହୋଇଥିଲେ।

You might also like