ନଭେମ୍ବର ୫ରୁ ଏଠାରେ ଆରମ୍ଭ ହେବାକୁ ଯାଉଛି ମାସିକିଆ ଲକ୍‌ଡାଉନ୍‌

ଲଣ୍ଡନ: ସାରା ଦୁନିଆରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଇଂଲଣ୍ଡରେ ମାସେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି।

ନଭେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ଏହି ଲକ୍‌ଡାଉନ୍‌ ଅବଧି ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିବ। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏହି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଏହି ଲକଡାଉନ୍ ସମୟରେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଉପରେ କଟକଣା ଲଗାଯାଇଛି। ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଉଥିବାରୁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। କରୋନା ସଂକ୍ରମଣ ବଢୁଥିବାରୁ ବାଧ୍ୟ ହୋଇ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀ ଜନସନ୍ କହିଛନ୍ତି। 

  • ଲକଡାଉନ୍ ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯାଇଛି।
  • କେବଳ ଖାଦ୍ୟ ସାମଗ୍ରୀ, ମେସିଡିନ୍, ବ୍ୟାୟାମ ଓ ପାଠପଢ଼ା କାମରେ ହିଁ ଘରୁ ବାହାରକୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
  • ଯଦି ଆବଶ୍ୟକ ପଡ଼େ, ତାହେଲେ ଅଫିସ୍ କାମ ଘରୁ କରିବା ପାଇଁ କୁହାଯାଇଛି।
  • ଆବଶ୍ୟକ ପଡ଼ିଲେ ଘରୁ ବାହାରକୁ ଯିବା ପାଇଁ କୁହାଯାଇଛି।
  • ସ୍କୁଲ୍‌ ଓ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ।

ଆହୁରି ପଢ଼ନ୍ତୁ

ରାଜ୍ୟରେ କମୁନି କରୋନା ମୃତ୍ୟୁ ସଂଖ୍ୟା; ପୁଣି ଆଖି ବୁଜିଲେ ୧୭

ରାଜ୍ୟରେ କରୋନା ସ୍ଥିତି; କଟକରୁ ଚିହ୍ନଟ ହେଲେ ସର୍ବାଧିକ ରୋଗୀ

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୭୨୮ ଆକ୍ରାନ୍ତ

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

କରୋନା ନୂଆ ଗାଇଡଲାଇନ୍‌; କଣ ସବୁ ଖୋଲିବ ଜାଣନ୍ତୁ

କମୁନି କରୋନା ପ୍ରଭାବ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦, ଆଖି ବୁଜିଲେ ୧୬

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

କରୋନା ଆକ୍ରାନ୍ତ ହେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୪୨ କରୋନା ରୋଗୀ , ଆଖି ବୁଜିଲେ ୧୪

ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଡୋଜ୍ କରୋନା ଭାକ୍ସିନ

ବଢୁଛି କରୋନା; ୪ ରାଜ୍ୟକୁ ରିପୋର୍ଟ ତଲବ କଲେ ସୁପ୍ରିମକୋର୍ଟ

You might also like