ଫାଇନାଲ ପରୀକ୍ଷା ବାତିଲ କରିବାକୁ ସରକାରଙ୍କୁ ୟୁଜିସିର ପରାମର୍ଶ

ନୂଆଦ୍ଲିଲୀ: ଦେଶରେ ବୃଦ୍ଧି ପାଉଥିବା କୋଭିଡ୍ ମାମଲା ଏବଂ କରୋନା କଟକଣାକୁ ଦୃଷ୍ଟିରେ ରଖି ସବୁ ୟୁନିଭରସିଟିର ଫାଇନାଲ ପରୀକ୍ଷା ବାତିଲ କରିବାକୁ ପରାମର୍ଶ ଦେଇଛି ୟୁସିଜି। ସମସ୍ତ ୟୁନିଭରସିଟି ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏ ବର୍ଷ ଫାଇନାଲ ପରୀକ୍ଷା ନ କରିବାକୁ ୟୁଜିସିର ଏକ୍ସପର୍ଟ ପ୍ୟାନେଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତା ବଦଳରେ ଗତ ସେମିଷ୍ଟରର ପ୍ରଦର୍ଶନକୁ ଆଧାର କରି ଓ ଇଣ୍ଟରନାଲ ପ୍ରଦର୍ଶନ ଅନୁସାରେ ମାର୍କ ଦେବାକୁ ପରାମର୍ଶ ଦିଆଯାଇଛି।

ଯଦି ପରୀକ୍ଷା କରାଯାଏ, ତେବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ କରୋନାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଉଛି।। ଗତ ସେମିଷ୍ଟର ଅନୁସାରେ ଫାଇନାଲ ପରୀକ୍ଷାର ମାର୍କ ସ୍ଥିର କରିବା ନିଷ୍ପତ୍ତିରେ ଯେଉଁ ଛାତ୍ରଛାତ୍ରୀମାନେ ସନ୍ତୁଷ୍ଟ ନୁହନ୍ତି, ସେମାନଙ୍କୁ ପରେ IMPROVEMENT ପରୀକ୍ଷା ଦେବାର ସୁଯୋଗ ଦିଆଯିବ। ୟୁଜିସିର ଏହି ପ୍ୟାନେଲ ଆଧାରରେ ଏକ ସପ୍ତାହ ଭିତରେ ଗାଇଡଲାଇନ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

You might also like