କରୋନା ସଂକ୍ରମଣ କମିଥିବା ରାଜ୍ୟରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି କିମ୍ବା ପରିସ୍ଥିତି ସ୍ୱାଭାବିକକୁ ଫେରିଛି ସେହି ରାଜ୍ୟରେ, ଜୁଲାଇ ମାସରେ ପରୀକ୍ଷା ହେବ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍-ୟୁଜିସି ଏଭଳି ନିଷ୍ପତ୍ତି ନେଇଥିବା ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଇଣ୍ଟରମିଡିଏଟ୍ ସେମିଷ୍ଟାର୍ ଛାତ୍ରଛାତ୍ରୀଙ୍କ ପୂର୍ବ ସେମିଷ୍ଟାର ପ୍ରଦର୍ଶନକୁ ନେଇ ଫଳାଫଳ ପ୍ରକାଶ କରାଯିବ। ଲକ୍‌ଡାଉନ୍ ପରେ ବହୁ ବିଶ୍ୱବିଦ୍ୟାଳୟର ପରୀକ୍ଷା ଓ ପାଠପଢ଼ା ବାକି ରହି ଯାଇଛି।

ତେଣୁ ଏବର୍ଷ ଶିକ୍ଷାବର୍ଷ ବିଳମ୍ବରେ ଆରମ୍ଭ ହେବ। ନୂଆ ପିଲାଙ୍କ ଶିକ୍ଷାବର୍ଷ ସେପ୍ଟେମ୍ବରୁ ଆରମ୍ଭ ହେବାକୁ ଥିବା ବେଳେ ପୁରୁଣା ପିଲାଙ୍କ ଅଗଷ୍ଟରୁ ଏଥର ଶିକ୍ଷାବର୍ଷ ଆରମ୍ଭ ହୋଇପାରେ।

ୟୁଜିସି ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ ପାଇଁ ଦୁଇଟି କମିଟି ଗଠନ ହୋଇଥିଲା। କମିଟିର ରିପୋର୍ଟ ଆସିବା ପରେ ଏନେଇ ଯୋଜନା ରଖିଛି ୟୁଜିସି।

ସେହିଭଳି M.PHIL, PHD ଛାତ୍ରଛାତ୍ରୀଙ୍କ ଅବଧି ୬ ମାସ ପାଇଁ ବଢ଼ିଛି। ଅପରପକ୍ଷେ କରୋନା ମୁକାବିଲା କରିବାକୁ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରୟାସ କରାଯିବ। ପ୍ରତି ବିଶ୍ୱବିଦ୍ୟାଳୟରେ କରୋନା ସେଲ୍ ଗଠନ ହେବ। ପରୀକ୍ଷା ଓ ପାଠକ୍ରମକୁ ନେଇ ଏହି ସେଲ୍ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରାଯିବ।

ଆହୁରି ପଢ଼ନ୍ତୁ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

କଟକ ବଡ଼ ମେଡିକାଲ କୋଭିଡ୍ ଓ୍ୱାର୍ଡର ଅବ୍ୟବସ୍ଥାର ଭିଡିଓ ଭାଇରାଲ

ରାଜ୍ୟରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ

‘ଭୟଙ୍କର ସ୍ଥିତିରେ ଟ୍ଵିନ ସିଟି, ଅଯୋଗ୍ୟ ଅଫିସରଙ୍କ ହାତରେ ରହିଛି କୋଭିଡ ଦାୟିତ୍ଵ’

ଆସନ୍ତାବର୍ଷ ଆରମ୍ଭରୁ ମିଳିବ କରୋନା ଭ୍ୟାକସିନ୍!

You might also like