ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ନେଇ UGC ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ନେଇ UGC ଗାଇଡଲାଇନ ଜାରି କରିଛି। କେନ୍ଦ୍ରୀୟ ଓ ରାଜ୍ୟ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟ ପାଇଁ ଗାଇଡଲାଇନ ଜାରି କରିଛି UGC ।

ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ କି ନାହିଁ ଏ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜେ ନିଷ୍ପତ୍ତି ନେଇପାରିବେ। ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟ ବାବଦରେ ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବ ବୋଲି UGC କହିଛି।

ସେହିପରି ଗବେଷଣାରତ ଓ ବିଜ୍ଞାନ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଶେଷ ବର୍ଷ ପାଠ ପଢ଼ୁଥିବା ଶିକ୍ଷାର୍ଥୀଙ୍କ ପାଇଁ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛିUGC । ତା ସହିତ ଏକସଙ୍ଗରେ ୫୦%ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କଲେଜ ଆସିବାକୁ ବାରଣ କରାଯାଇଛି।

You might also like