ମହିଳା ଭାବି ବାହାହେଲେ ଯାହାକୁ, ସେ ଥିଲେ….

କମ୍ପାଲା: ଅନେକ ସ୍ୱପ୍ନ ନେଇ ବାହା ହୋଇଥିବେ। ହେଲେ ବିବାହର ଅଳ୍ପକିଛି ଦିନ ପରେ ଜାଣିବାକୁ ପାଇବେ-ଯାହାକୁ ବାହା ହୋଇଛନ୍ତି ସେ ମହଳା ନୁହେଁ, ପୁରୁଷ  । କ’ଣ ହେବ ଜଣଙ୍କର ମାନସିକ ସ୍ଥିତି ? ଠିକ୍‌ ଏମିତି ଏକ ପରିସ୍ଥିତିକୁ ସାମ୍ନା କରିଛନ୍ତି ଉଗାଣ୍ଡାର ଜଣେ ଇମାମ୍‌। ତାଙ୍କୁ ଏବେ ବଡ ଝଟକା ଲାଗିଛି। କାରଣ ଯେଉଁ ସ୍ୱପ୍ନ ନେଇ ସେ ବିବାହ କରିଥିଲେ ତାହା ଏବେ ଭାଙ୍ଗି ଚୁରମାର୍‌ ଯାଇଛି।  ବିବାହର ୨ ସପ୍ତାହ ପରେ ‌ଏବେ ସେ ଜାଣିବାକୁ ପାଇଛନ୍ତି ଯେ, ସେ ଯାହାକୁ ବାହା ହୋଇଛନ୍ତି ସେ ପୁଅ ନୁହଁନ୍ତି, ଝିଅ।

ଉଗାଣ୍ଡାର ନିଉଜପେପର ଡେଲି ମନିଟର ଖବର ଅନୁଯାୟୀ,  ଇମାମ୍‌ ମୋହମ୍ମଦ ମୁତୁବାଙ୍କର ୨ ସପ୍ତାହ ତଳେ ବିବାହ ହୋଇଥିଲା। ହେଲେ ଏଇ ସମୟ ମଧ୍ୟରେ ତାଙ୍କର ପତ୍ନୀଙ୍କ ସହ କୌଣସି ଶାରୀରିକ ସମ୍ପର୍କ ନ ଥିଲା। ହେଲା ଇମାମଙ୍କୁ ଜଣା ନ ଥିଲା ଯେ, ସେ ଯାହାକୁ ବିବାହ କରିଛନ୍ତି ସେ ଝିଅ ନୁହଁନ୍ତି ଜଣେ ପୁଅ ବୋଲି। ହେଲେ ଇମାମ୍‌ଙ୍କର ଜଣେ ପଡ଼ୋଶୀ ଏହି ରହସ୍ୟ ଉନ୍ମୋଚନ କରିଥିଲେ।

ସେତିକି ନୁହେଁ, ପଡୋଶୀ ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କର ପତ୍ନୀ ପାଚେରୀ ଡେଇ ତାଙ୍କ ଘରେ ପଶିଥିଷ ଏବଂ  ତାଙ୍କ ଘରୁ ଟିଭି, ପୋଷାକ ଆଦି ଅନେକ ଜିନିଷ ଚୋରି କରି ନେଇଥିଲେ। ସେ ଅଭିଯୋଗ କରିଥିଲେ କି ସେ ମହିଳା ନୁହଁନ୍ତି ଜଣେ ପୁରୁଷ। କଥା ସେତିକିରେ ସରି ନ ଥିଲା। ଚୋରି ଅଭିଯୋଗ ନେଇ ପଡୋଶୀ ଜଣକ ଥାନାକୁ ଗଲେ। ଇମାମଙ୍କ ପତ୍ନୀଙ୍କ ବିରୋଧରେ ଏଫଆଇଆର ଦାଖଲ କଲେ। ତା’ପରେ ପୋଲିସ ଇମାମ୍‌ଙ୍କ ପତ୍ନୀଙ୍କୁ ଥାନା ଡକାଇଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଇମାମ୍‌ ସେପର୍ଯ୍ୟନ୍ତ ବି ଜାଣି ନ ଥିଲେ ଯେ ସେ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି ବୋଲି।

ପୋଲିସ ନିର୍ଦ୍ଦେଶ ପାଇବା ପରେ ଇମାମ୍‌ ପତ୍ନୀଙ୍କୁ ନେଇ ଥାନାରେ ପହଞ୍ଚିଲେ। ପତ୍ନୀ ମୁସ୍‌ଲିମ୍‌ ମହିଳାଙ୍କ ପରି ପୋଷାକ ପିନ୍ଧିଥିଲେ । ପାଦରେ ସ୍ୟାଣ୍ଡଲ୍‌ ବି ପିନ୍ଧିଥିଲେ। ତାଙ୍କୁ ଜେଲ୍‌ରେ ଭର୍ତ୍ତି କରିବା ପୂର୍ବରୁ ମହିଳା ପୁଲିସ କର୍ମୀ ତାଙ୍କୁ ଯାଞ୍ଚ କରିଥିଲେ। ହେଲେ ଯାଞ୍ଚ ସମୟରେ ପୁଲିସ କର୍ମୀ ଚମକି ପଡ଼ିଥିଲେ। କାରଣ ସେ ପୁରୁଷ ଥିଲେ। ଆଉ ଏକଥା ପୁଲିସ ଇମାମଙ୍କୁ କହିବା ପରେ ଯେମିତି ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା।

ଜେରା ବେଳା ଅଭିଯୁକ୍ତ ପଇସା ପାଇଁ ଏପରି କରିଥିବା କହିଛି। ପରେ ଇମାମ କିନ୍ତୁ ସ୍ୱୀକାର କରିଛନ୍ତି, ବିବାହ ପାଇଁ ସେ ଏକ ସୁନ୍ଦରୀଙ୍କ ସନ୍ଧାନରେ ଥିଲେ।  ତାଙ୍କର ସାକ୍ଷାତ କ୍ୟାମ୍ପିସି ମସ୍‌ଜିଦ୍‌ରେ ହୋଇଥିଲା। ହେଲେ ସେତେବେଳେ ସେ ବୁର୍ଖା ପିନ୍ଧିଥିଲେ। ତଥାପି ସେତିକିରେ ସେ ମୋତେ ସୁନ୍ଦର ଲାଗିଥିଲେ। ତେଣୁ ମୁଁ ତାଙ୍କୁ ପ୍ରପୋଜ କରିଥିଲି। ଆଉ ତା’ପରେ ସେ ମଧ୍ୟ ବିବାହ ପାଇଁ ରାଜି ହୋଇଥିଲେ। ସେତେବେଳେ  ବିବାହ ନ ସରିବା ଯାଏ କୌଣସି ଶାରୀରିକ ସମ୍ପର୍କ ନ ରଖିବା ପାଇଁ ସେ ସର୍ତ୍ତ ରଖିଥିଲେ।

 

You might also like