ହମାରା ୱତନ୍‌..ଦୁନିଆ କା ସବ୍‌ସେ ପ୍ୟାରା ୱତନ୍‌-ବଜେଟ୍‌ ଉପସ୍ଥାପନ ବେଳେ କବିତା ପଢିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:ଆର୍ଥିକ ବଜେଟକୁ ନେଇ ଆଜି ସଂସଦର ମାହୋଲ ସରଗରମ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଢୁଛନ୍ତି ଆର୍ଥିକ ବଜେଟ୍‌। ଆଜି ବଜେଟ ପଢିବା ବେଳେ ମନ୍ତ୍ରୀ କାଶ୍ମୀରକୁ ନେଇ ଏକ କବିତା ପଢିଥିଲେ। ଏହି କବିତା ଗମ୍ଭୀର ମାହୋଲକୁ ହାଲ୍‌କା କରି ଦେଇଥିଲା।

ଅର୍ଥମନ୍ତ୍ରୀ କାଶ୍ମୀର ପ୍ରସଙ୍ଗ ଉଠାଇ ହିନ୍ଦୀରେ ଏକ କବିତା ପଢିଥିଲେ। ସେ ଏଥିରେ କହିଥିଲେ,

‘ହମାରା ୱତନ୍‌ ଖିଲ୍‌ତେ ହୁଏ ଶାଲିମାର ବାଗ୍‌ ଜୈସା/ ହମାରା ୱତନ୍‌ ଡାଲ୍‌ ଝିଲ୍‌ ମେଁ ଖିଲ୍‌ତେ ହୁଏ କମଲ ଜୈସା/ ନୌ ଯବାନୋଁ କେ ଗର୍ମ ଖୁନ୍‌ ଜୈସା, ମେରା ୱତନ୍‌..ତେରା ୱତନ୍‌..ହମାରା ୱତନ୍‌..ଦୁନିଆ କା ସବ୍‌ସେ ପ୍ୟାରା ୱତନ୍‌।’

ଏହା ପରେ ଦଶନ୍ଧିର ପ୍ରଥମ ବଜେଟକୁ ପୁଣି ଆଗକୁ ନେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ସୂଚନାଥାଉ କି, ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ହାତରେ ବ୍ରିଫ୍‌କେସ୍‌ ବଦଳରେ ‘ବହି-ଖାତା’ ଧରି ଥିବା ଦେଖିବାକୁ ମିଳିଥିଲା। ବହି-ଖାତା ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି କୁହାଯାଏ। ତେଣୁ ପାଶ୍ଚାତ୍ୟ ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ସରକାର ବହି-ଖାତା ଆପଣାଇଥିବା ଜଣାପଡ଼ିଛି।

ବଜେଟ୍‌ରେ ମନ୍ତ୍ରୀ କହିଥିଲେ, “ଲୋକେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ମୋଦିଙ୍କୁ ଜିତାଇଛନ୍ତି। ଆମ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛି। ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କୁ ସହଯୋଗ କରିବା ଆମର କର୍ତ୍ତବ୍ୟ। ଜିଏସ୍‌ଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି। ଜାତୀୟ ସ୍ୱାର୍ଥ ଆଗରେ ରାଜନୀତି ତୁଚ୍ଛ ବୋଲି ଜିଏସ୍‌ଟି ପ୍ରମାଣ କରି ଦେଖାଇଛି।’

You might also like