ଫ୍ରାନ୍ସ ସମର୍ଥନରେ ବାହାରିଲା ୟୁଏଇ: ଉଗ୍ରବାଦକୁ କଡ଼ା ନିନ୍ଦା କଲେ କ୍ରାଉନ୍‌ ପ୍ରିନ୍ସ

ଦୁବାଇ: ଫ୍ରାନ୍ସରେ ପୈଗମ୍ବର ମୋହମ୍ମଦଙ୍କର କାର୍ଟୁନ୍‌ ଚିତ୍ର ଘଟଣାରେ ଅଧିକାଂଶ ମୁସଲିମ ରାଷ୍ଟ୍ରରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ୟୁଏଇ ବିଦେଶ ମନ୍ତ୍ରୀ ଅନୱର ଗାର୍ଗଶ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ୍‌ ମାକ୍ରୋଁଙ୍କ ସମର୍ଥନରେ ମତ ଦେଇଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାର ସେ କହିଛନ୍ତି, ମୁସଲମାନମାନେ ମାକ୍ରୋଁଙ୍କର ପଶ୍ଚିମଦେଶଗୁଡ଼ିକର ସାମାଜିକ ଚଳନୀ ଅନୁସାରେ ନିଜକୁ ଖାପଖୁଆଇ ନେବା ମନ୍ତବ୍ୟକୁ ମାନିନେବା ଦରକାର।

ସୋମବାର ଜର୍ମାନ ଡେଲି ୱେଲ୍ଟକୁ ସାକ୍ଷାତକାର ଦେଇ ଗାର୍ଗଶ କହିଛନ୍ତି ଯେ ମାକ୍ରୋଁ ନିଜ ଭାଷଣରେ ଯାହା କହିଲେ ମୁସଲମାନମାନେ ତାକୁ ଧ୍ୟାନ ଦେଇ ଶୁଣିବା ଦରକାର। ମାକ୍ରୋଁ ପଶ୍ଚିମରେ ମୁସଲମାନଙ୍କୁ ଅଲଗା କରିବାକୁ ଚାହୁଁ ନାହାନ୍ତି। ସେ ନିଜ ସ୍ଥାନରେ ଠିକ୍ ଅଛନ୍ତି ବୋଲି ଗାର୍ଗଶ କହିଛନ୍ତି।UAE and France

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁସଲମାନମାନେ ପଶ୍ଚିମଦେଶର ସୁନ୍ଦର ଭାବରେ ମିଶିଯିବା ଦରକାର। ତେବେ ଉଗ୍ରବାଦ ଓ ସାମାଜିକ ଦୂରତାକୁ ଖଣ୍ଡନ କରିବା ପାଇଁ ଫ୍ରାନ୍ସକୁ ଲଢ଼ିବାର ପୂରା ଅଧିକାର ରହିଛି ବୋଲି ୟୁଏଇ ବିଦେଶ ମନ୍ତ୍ରୀ କହିଛନ୍ତି। ମାକ୍ରୋଁ ଫ୍ରାନ୍ସରୁ ମୁସଲମାନମାନଙ୍କୁ ବାହାର କରିବାକୁ ଚାହୁଁଥିବା ଅଭିଯୋଗକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି।

ଏହା ପୂର୍ବରୁ ଫ୍ରାନ୍ସର ନୀସ ସହରରେ ହୋଇଥିବା ଆତଙ୍କବାଦୀ ଆକ୍ରାମଣକୁ କଡ଼ା ନିନ୍ଦା କରିଥିଲେ ୟୁଏଇ ସେନାର ଡେପୁଟି ସୁପ୍ରିମକମାଣ୍ଡର ତଥା ଅବୁଧାବି କ୍ରାଉନ ପ୍ରିନ୍ସ ମୋମମ୍ମଦ ବିନ୍‌ ଜାୟେଦ ଅଲ ନାହୟାନ। ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଫୋନ୍ କରି ପୀଡ଼ିତଙ୍କ ପ୍ରତି ସମବେଦନା ଜଣାଇବା ସହିତ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ହେଟ୍ ସ୍ପିଚ୍‌କୁ ଖାରଜ କରିବା ସହିତ ଏହାଦ୍ୱାରା ପରସ୍ପର ସମ୍ପର୍କରେ ଫାଟ ସୃଷ୍ଟି ହେବା ସହିତ ଉଗ୍ରବାଦ ପ୍ରୋତ୍ସାହନ ମିଳିଥାଏ ବୋଲି କହିଥିଲେ। ହିଂସା ଓ ଆତଙ୍କବାଦ ରକ୍ଷା କରିବା ପାପ ବୋଲି କ୍ରାଉନ ପ୍ରିନ୍ସ କହିଥିଲେ। ସେହିପରି ପୈଗମ୍ବରଙ୍କୁ ହିଂସା ସହିତ ଯୋଡ଼ା ନଯାଉ ଓ ଏହା ଉପରେ ରାଜନୀତିକରଣ କରିବା ଭୁଲ୍ ବୋଲି ସେ କହିଥିଲେ।

ସୂଚନା ଥାଉକି, ଫ୍ରାନ୍ସର ନୀସ ସହରରେ ପୈଗମ୍ବରଙ୍କ କାର୍ଟୁନ ଚିତ୍ରକୁ ଦେଖାଇ ଥିବାରୁ ଜଣେ ଶିକ୍ଷକ ମୁଣ୍ଡ କାଟି ଦିଆଯାଇଥିଲା। ଯାହାକୁ ବିରୋଧରେ କରିଥିଲେ ଫ୍ରାନ୍ସ ରାଷ୍ଟ୍ରପତି। ଏହାକୁ ଆତଙ୍କବାଦ ବୋଲି କହିଥିଲେ। ଏହାପରେ ଫ୍ରାନ୍ସକୁ ବିରୋଧ କରିଥିଲେ ମୁସଲିମ ଦେଶ।

 

 

 

 

 

 

You might also like