• translate
Prangyan Parimita

ଭାରତ ସମେତ ଅନ୍ୟାନ୍ୟ ଦେଶରୁ ଯାଉଥିବା ଲୋକଙ୍କ ପାଇଁ କଟକଣା କୋହଳ କଲା ଦୁବାଇ । ତେବେ ଏଥିପାଇଁ ଯାତ୍ରୀଙ୍କୁ ୟୁଏଇ ଦ୍ୱାରା ସ୍ୱୀକୃତ କରୋନା ଟିକାର ଉଭୟ ଡୋଜ ନେବା ବାଧ୍ୟତାମୂଳକ କରାଯାଇଛି । ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ଭାରତରୁ ଆସୁଥିବା ଯାତ୍ରୀଙ୍କ ସମ୍ମନ୍ଧରେ ଟ୍ରାଭେଲ ପ୍ରୋଟୋକଲ ସଂଶୋଧନ କରିଛି ଦୁବାଇର ସଙ୍କଟ ଏବଂ ବିପର୍ଯ୍ୟୟ ପରିଚାଳନା ସର୍ବୋଚ୍ଚ କମିଟି । ଏହି ସଂଶୋଧିତ ନିୟମ ଅନୁଯାୟୀ ଦୁଇ ଡୋଜ୍ ଟିକା ନେଇଥବା ଲୋକଙ୍କୁ ୟୁଏଇରେ ନିଜ ଘରକୁ ଫେରିବାକୁ ଅନୁମତି ଦିଆଯାଇଛି । ଏହି କମିଟିର ନେତୃତ୍ୱ ନେଉଛନ୍ତି ଶେଖ ମାନସ ବିନ୍ ମହମ୍ମଦ ବିନ୍ ରସିଦ ମଖତୁମ୍ ।

ଏହାପୂର୍ବରୁ ୨୦୨୦ ରେ ଭାରତ ଏବଂ ଅନ୍ୟ ଦେଶର ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲା ୟୁଏଇ । କରୋନାର ଡେଲଟା ଭାରିଏଣ୍ଟ ସମ୍ପର୍କରେ ଜଣାପଡ଼ିବା ପରେ ପୁଣି ଥରେ ଭାରତୀୟ ଯାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା। ହେଲେ ଏବେ ସଂକ୍ରମଣରେ ସାମାନ୍ୟ ହ୍ରାସ ଦେଖିବା ପରେ କଟକଣା କୋହଳ କରାଯାଇଛି । ସୂଚନା ଅନୁସାରେ ୟୁଏଇ ସରକାର ଚାରୋଟି ଟିକା ସିନୋଫାରମା, ଫାଇଜର-ବାୟୋଏନଟେକ୍‌, ସ୍ପୁଟନିକ୍-ଭି ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

ଦୁବାଇ ଯାତ୍ରା ଯୋଜନା ପୂର୍ବରୁ ଏସବୁ ତଥ୍ୟ ଜାଣିବା ଆବଶ୍ୟକ-

୧. ଭାରତ ଏବଂ ଅନ୍ୟ ଦେଶର ଦୁବାଇ ବାସିନ୍ଦାଙ୍କ ପାଇଁ କଟକଣା କୋହଳ ହୋଇଛି

୨. ସଂଯୁକ୍ତ ଆରବ ଏମିରେଟ୍ସ ଚାରୋଟି ଟିକା ଅନୁମୋଦନ କରିଛି। ନୂତନ ନିୟମ ଅନୁଯାୟୀ ଯେଉଁମାନେ ଏହି ଚାରୋଟି ଟିକା ମଧ୍ୟରୁ ଯେକୌଣସିର ଦୁଇଟି ଡୋଜ ନେଇଥିଲେ, ସେମାନେ ଯାତ୍ରା କରିବାକୁ ଯୋଗ୍ୟ ।

୩. କେବଳ ଭାରତରୁ ଦୁବାଇ ଯାଉଥିବା ଯାତ୍ରୀଙ୍କ ପାଇଁ ବୈଧ ଆବାସିକ ଭିସା ଦରକାର, ଅନ୍ୟପଟେ ସେମାନେ ୟୁଏଇ ଦ୍ୱାରା ସ୍ୱୀକୃତ ଟିକା ନେଇଥିବା ଆବଶ୍ୟକ

୪. ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆର ଅଣ-ବାସିନ୍ଦା ଯାତ୍ରୀମାନଙ୍କୁ ଟୀକାକରଣ କରୋନା ପରୀକ୍ଷା ଅନୁଯାୟୀ ଯାତ୍ରା କରିବାକୁ ଅନୁମତି ପ୍ରଦାନ କରାଯିବ

୫ . କେବଳ QR କୋଡେଡ୍ କରୋନା ପରୀକ୍ଷା ପ୍ରମାଣପତ୍ର୍ର ବୈଧ୍ୟ

୬. ସମସ୍ତ ଯାତ୍ରୀ ବିମାନ ଉଡ଼ାଣର ୪ ଘଣ୍ଟା ପୂର୍ବରୁ ରାପିଡ ଟେଷ୍ଟ କରାଇବେ

Other Stories