ଦିନକରେ ୫୨ହଜାର କରୋନା ପଜିଟିଭ୍

ନୂଆଦିଲ୍ଲୀ: ଆମେରିକାରେ କରୋନାଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୫୨ହଜାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଆମେରିକାରେ ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଭ୍ ମାମଲା। ଆମେରିକାରେ ଏପର୍ଯ୍ୟନ୍ତ ୨୭ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହା କୌଣସି ଦେଶ ତୁଳନାରେ ସର୍ବାଧିକ। ସେହିପରି ସେଠାରେ ୧ଲକ୍ଷ ୩୦ହଜାରରୁ ଅଧିକ ଲୋକେ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି।

ଆମେରିକାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅଣଦେଖା ଯୋଗୁ ଆମେରିକାରେ କରୋନା ସଂକ୍ରମଣ ଲଗାତର ବଢ଼ିବାରେ ଲାଗିଛି। କାରଣ ଆମେରିକାରେ କରୋନା ରୋକିବା ପାଇଁ କୌଣସି କଟକଣା ଜାରି କରାଯାଇନାହିଁ। ଲୋକମାନେ ମନଇଚ୍ଛା ବାହାରେ ବୁଲାବୁଲି କରୁଛନ୍ତି। ତେଣୁ ସରକାରଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞ କହିଛନ୍ତି।

ସୂଚନାଯୋଗ୍ୟ, ଆମେରିକା ପରେ ସବୁଠାରୁ ଅଧିକ ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ବ୍ରାଜିଲ, ରୁଷ ଓ ଭାରତ ରହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ମଙ୍ଗଳବାର ସାରା ବିଶ୍ୱ ରେ ୧.୮୯ ପଜିଟିଭ୍ ମାମଲା ସାମ୍ନାକୁ ଆସିଥିଲା, ଯାହା କୌଣସି ଗୋଟିଏ ଦିନରେ ସର୍ବାଧିକ ରେକର୍ଡ। ଆମେରିକାରେ ପ୍ରତିଦିନ ୪୦ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି।

ସେହିପରି ବ୍ରାଜିଲରେ ପ୍ରତିଦିନ ୩୦ହଜାର ଏବଂ ଏହିକ୍ରମରେ ଭାରତରେ ପ୍ରତିଦିନ ୨୦ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଯଦି ଆମେ ପୂରା ବିଶ୍ୱ କଥା କହିବା, ତାହେଲେ ଏପର୍ଯ୍ୟନ୍ତ କରୋନାଭାଇରସ ମାମଲା ୧କୋଟି ୮ଲକ୍ଷରେ ପହଞ୍ଚିଛି। ସେଥିମଧ୍ୟରୁ ୫ଲକ୍ଷରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି।

You might also like