ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍‌ର ତାଣ୍ଡବ; ୨୫ମୃତ

ମାନିଲା (ଫିଲିପାଇନ୍ସ): ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍‌ର ତାଣ୍ଡବ। ମାଙ୍ଗଖୁଟ୍‌ର ପ୍ରଭାବରେ ୨୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍‌ ଯୋଗୁ ଅନେକ ଲୋକ ପ୍ରଭାବିତ ହେବାସହ ଅନେକ ବାସଗୃହ ମଧ୍ୟ ଭାଙ୍ଗି ଯାଇଛି।

ଗତକାଲି ଲୁଜୋନ୍ ଦ୍ୱୀପରେ ସ୍ଥଳ ଭାଗ ଛୁଇଁଥିବା ମାଙ୍ଗଖୁଟ୍‌ର ପ୍ରଭାବରେ ଫିଲିଫାଇନ୍ସରେ ଅନେକ କ୍ଷୟକ୍ଷତି ହୋଇଛି। ଫଳରେ ଅନେକ ଅଞ୍ଚଳକୁ ଯୋଗାଯୋଗ, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ବ୍ୟାହତ ହୋଇଛି। ସାମୁଦ୍ରିକ ଝଡ଼ ଫଳରେ ଲଗାଣ ବର୍ଷା ହେବା ସହ ୪୨ଟି ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ବହୁ ସଂଖ୍ୟକ ଲୋକେ ଏବେ ବି ମାଟି ଅତଡ଼ା ତଳେ ଫସି ରହିଥିବା ଜଣାପଡ଼ିଛି।

ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍‌ ଆଜି ହଂକଂ ଓ ଚୀନ୍‌ର ଦକ୍ଷିଣ ଉପକୂଳକୁ ଛୁଇଁବ। ଏନେଇ ସତର୍କ ସୂଚନା ଜାରି କରାଯାଇଛି। ପ୍ରତିବର୍ଷ ଫିଲିଫାଇନ୍ସରେ ପ୍ରାୟ ୨୦ଟି ସାମୁଦ୍ରିକ ଝଡ଼ ଦେଖାଦେଇଥାଏ।

You might also like