୩୦ ଫୁଟ ଗାତରେ ଖସି ପଡ଼ିଲା ଶିଶୁ

ତାମିଲନାଡ଼ୁ: ତାମିଲନାଡ଼ୁ ତ୍ରିଚିନାପଲୀରେ ଅଘଟଣ। ୩୦ ଫୁଟର ବୋର୍ ୱେଲ ଗାତରେ ଖସି ପଡ଼ିଛି ଦୁଇ ବର୍ଷର ଶିଶୁ।  ଗତକାଲି ସଂନ୍ଧ୍ୟାରୁ ଚାଲିଛି ଉଦ୍ଧାର କାର୍ଯ୍ୟ।  ଘଟଣାସ୍ଥଳରେ ଏନ୍‌ଡିଆରଏଫ, ଅଗ୍ନିଶମ ବିଭାଗ ସହ ଅନ୍ୟ ରେସ୍କ୍ୟୁ  ଟିମ୍ ପହଞ୍ଚି ଶିଶୁକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ଶିଶୁ ପୁତ୍ରର ନାମ ସୁଜିତ୍ ୱିଲିୟମ୍

ଶିଶୁକୁ ଅକ୍ସିଜେନ୍ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି।   ଶିଶୁ ଖସି ପଡ଼ିଥିବା ଗାତର ନିକଟରେ ସମାନ ଭାବେ ଅନ୍ୟ ଏକ ଗାତ ଖୋଳାଯାଇଛି । ଏହି ଗାତ ଜରିଆରେ ଉଦ୍ଧରକାରୀ ଦଳ ଯାଇ ଶିଶୁ ପୁତ୍ରକୁ ଆଣିବା ନେଇ ଯୋଜନା କରଛନ୍ତି। 

ଗତକାଲି ସଂଧ୍ୟାରେ ତ୍ରିଚିନାପଲୀର ମନାପରାଇ ଅଞ୍ଚଳରେ ଘର ନିକଟରେ ଖେଳୁଥିଲା ୱଲିୟମ। ଅନ୍ୟମନସ୍କରେ ଏକ ମୁକୁଳା ପଡ଼ିଥିବା ୩୦ ଫୁଟର ଏକ ଗାତରେ ଖସି ପଡ଼ିଥିଲେ।

You might also like