ନୂଆଦିଲ୍ଲୀ : ଏବେ ଚାଲିଛି ଇଲେକ୍ଟ୍ରିକ ସ୍କୁଟର ଜମାନା । ତେଲ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଗାଡ଼ିରେ ତେଲ ପକାଇବା କଷ୍ଟକର ହୋଇପଡ଼ୁଛି । ଫଳରେ ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ । ଭାରତରେ ବଢ଼ୁଥିବା ଇଲେକ୍ଟ୍ରିକ ସ୍କୁଟରର ଚାହିଦାକୁ ଦୃଷ୍ଟିରେ ରଖି ଅଟୋମୋବାଇଲ କମ୍ପାନୀଗୁଡ଼ିକ ଭିନ୍ନ ଭିନ୍ନ ଇଲେକ୍ଟ୍ରିକ ସ୍କୁଟର ଲଂଚ କରୁଛନ୍ତି । ଭାରତରେ ଉପଲବ୍ଧ ହେଉଥବା ସ୍କୁଟଟରେ ଦୁଇ ପ୍ରକାର ବ୍ୟାଟରୀ ଦିଆଯାଉଛି । ଗୋଟିଏ ହେଲେ ଲିଡ଼ –ଏସିଡ଼ ବ୍ୟାଟେରୀ, ଏବଂ ଅନ୍ୟଟି ଲିଥିୟମ ଆୟନ ବ୍ୟାଟରୀ। ଉଭୟ ବ୍ୟାଟେରୀ ଫିଚର ଅନୁସାରେ ଭିନ୍ନ ଭିନ୍ନ ।

ଚାଳକର ଷ୍ଟାଇଲ ଉପରେ ନିର୍ଭର କରେ ଇଲେକ୍ଟ୍ରିକ ସ୍କୁଟରର କେତେ ଦୂର ଯାଇପାରିବ । ତେବେ ଏପରି ଏକ ଫିଚର ଆସିଛି , ଯଦ୍ୱାରା ଆପଣଙ୍କୁ ବାରମ୍ବାର ସ୍କୁଟର ଚାର୍ଜ କରିବା ପାଇଁ ପଡ଼ିବ ନାହିଁ । ମାତ୍ର ୫ ମିନିଟରେ ସ୍କୁଟରର ବ୍ୟାଟେରୀ ଫୁଲ ହୋଇଯିବ । ଆଉ ଆପଣ ସହଜରେ ଯିବାଆସିବା କରିପାରିବେ । ସ୍ୱାପେବଲ୍ ବ୍ୟାଟେରୀ ଦ୍ୱାରା ଏପରି ହେବା ସମ୍ଭବ । ଲୋକେ ଏହାକୁ ଡିଟାଚେବଲକ୍ ବ୍ୟାଟରୀ ମଧ୍ୟ କୁହନ୍ତି । ଏହାର ଅର୍ଥ ବ୍ୟାଟେରୀକୁ ଇଚ୍ଛା ଅନୁସାରେ ବ୍ୟବହାର କରି ପରେ ବାହାର କରି ମଧ୍ୟ ପାରିବେ । ଏହି ବ୍ୟାଟେରୀର ସ୍ୱତନ୍ତ୍ରତା ହେଲେ ଘରେ ଚାର୍ଜ କରି ପରେ ବ୍ୟବହାର କରିପାରିବେ ।

ଭାରତରେ ବ୍ୟବହାର କରାଯାଉଥିବା ଇଲକ୍ଟ୍ରିକ ସ୍କୁଟର ଗୁଡ଼ିକର ରେଞ୍ଜ ପାଖାପଖା ୧୦୦ କିମି । ଥରେ ଚାର୍ଜ ହେଲେ ସ୍କୁଟର ୧୦୦ କିମି ହିଁ ଚାଲି ପାରିବ । ହେଲେ କମ ବେଗରେ ଚଳାଇଲେ ହିଁ ଏପରି ସମ୍ଭବ ହୋଇପାରିବ । ଅନ୍ୟପଟେ ଅଧିକ ବେଗରେ ଗାଡ଼ି ଚଳାଇଲେ ଶୀଘ୍ର ବ୍ୟାଟେରୀ ଶେଷ ହୋଇଯାଏ । କେବଳ ଏତିକି ନୁହେଁ ପଛର ସିଟରେ ସିଟରେ କେହି ସବାର ଥିଲେ ଅଧିକ ବ୍ୟାଟରୀ ଖର୍ଚ୍ଚ ହୋଇଥାଏ ।ଏପରିସ୍ଥଳେ ସ୍ୱାପେବଲ୍ ବ୍ୟାଟରୀ କାମରେ ଆସିଥାଏ ।

ଆପଣଙ୍କ ପାଖରେ ଏହି ବ୍ୟାଟରୀ ଥିଲେ କୌଣସି ବି ସ୍ଥାନରେ ଯଦି ହଠାତ ସ୍କୁଟରର ଚାର୍ଜ ଶେଷ ହୋଇଯାଉଛି, ତେବେ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ଦାହଁ । ତୁରନ୍ତ ସ୍ୱାପେବଲ୍ ବ୍ୟାଟେରୀ ବାହାର କରି ସ୍କୁଟରକୁ ଚାର୍ଜ କରିପାରିବେ ଓ ଗାଡ଼ି ଚଳାଇ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ପାରିବେ । ଅନ୍ୟପଟେ ୧୦୦ କିମି ରେଞ୍ଜ କୁ ବୃଦ୍ଧି କରି ୨୦୦ କିମି ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିପାରିବେ । ଭାରତରେ ବର୍ତ୍ତମାନ ଲଂଚ ହେଉଥିବା ସମସ୍ତ ଇଲେକ୍ଟ୍ରିକ ସ୍କୁଟରରେ ବ୍ୟାଟେରୀ ସ୍ୱାପିଂ ଫିଚର ମିଳିଯାଉଛି, ଯାହା ଅସୁବିଧା ସମୟରେ କାମରେ ଆସିବା ସହ ସମୟ ମଧ୍ୟ ବଞ୍ଚାଉଛି ।

Other Stories