କରୋନା ଚିକିତ୍ସାରେ ନୂଆ ଆଶା ଆଣିବ କି Steroid ?

ନୂଆଦିଲ୍ଲୀ: ମହାମାରୀ କରୋନା ଚିକିତ୍ସା ନେଇ ନୂଆ ଆଶା ସୃଷ୍ଟି ହୋଇଛି। Steroid ବ୍ୟବହାର କରାଯାଇ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚା ଯାଇପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଏହି ଉତ୍ସାହଜନକ ତଥ୍ୟ କରୋନା ଲଢ଼େଇରେ ବେଶ୍‌ ଫଳପ୍ରଦ ହୋଇପାରେ ବୋଲି ଆଶା କାରାଯାଉଛି।

ଅନ୍ତର୍ଜାତୀୟ ଖବର କାଗଜ The Guardian ‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଷ୍ଟେରଏଡ୍ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। କୁହାଯାଇଛି ଯେ,  ଜୁନ୍‌ରେ ଅଧିକାଂଶ NHS ହସ୍ପିଟାଲ୍‌ ଗୁଡ଼ିକରେ ରିକଭରି ଟ୍ରାଏଲ୍‌ ରନ୍‌ ଓ ଅକ୍ସଫୋର୍ଡ ୟୁନିଭରସିଟିର ନେତୃତ୍ୱରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି- ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ Dexamethasone ନାମକ ଏକ Steroid ଦିଆଯାଇ ସେମାନଙ୍କର ଜୀବନ ରକ୍ଷା କରାଯାଇ ପାରିବ। ଆଉ ଏକ ଔଷଧ Hydrocortisone ସେବନ ଦ୍ୱାରା ମଧ୍ୟ ରୋଗୀର ଜୀବନ ରକ୍ଷା ହୋଇପାରିବ।

American Medical Association ର ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଷ୍ଟେରଏଡ୍ ବ୍ୟବହାର ଦ୍ୱାରା କୋଭିଡ ରୋଗୀଙ୍କ ମୃତ୍ୟୁ ଆଶଙ୍କାକୁ ୨୦ % ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇ ପାରିବ। ଷ୍ଟେରଏଡ୍ ବ୍ୟବହାରକୁ ନେଇ ଫ୍ରାନ୍ସ, ବ୍ରାଜିଲ୍ ସହିତ ବହୁ ଦେଶରେ ଏହି ପରୀକ୍ଷା କରାଯାଇଥିଲା। 

ଆହୁରି ପଢ଼ନ୍ତୁ: ଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା