ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା

ହାଇଦ୍ରାବାଦ: ତେଲେଙ୍ଗାନାର କାଚିଗୁଡା ରେଲ୍‌ୱେ ଷ୍ଟେସନରେ ଦୁଇ ଟ୍ରେନ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ଆଜି ସକାଳେ ତେଲେଙ୍ଗାନାର କାଚିଗୁଡା ଷ୍ଟେସନରେ ହାଇଦ୍ରାବାଦ ଏମଏମଟିଏସ୍‌ ଓ ଇଣ୍ଟରସିଟି ଏକ୍ସପ୍ରେସ୍‌ ମଧ୍ୟରେ ଏହି ଧକ୍କା ହୋଇଛି।

ଦୁଇଟି ଯାକ ଟ୍ରେନ ଧୀର ଗତିରେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ୍‌ ଏବଂ ରେଲ୍‌ୱେ ଅଧିକାରୀମାନେ ପହଞ୍ଚି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥବା ସୂଚନା ମିଳିଛି।

You might also like