କୁପୱାରାରେ ୨ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଶ୍ରୀନଗର:ଶନିବାର ସକାଳେ ଜାମ୍ମୁ କାଶ୍ମୀରର କୁପୱାରାର ନାଉଗାମ ସେକ୍ଟର ଲୋସି ନିକଟରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ  ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। 

ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି, ଆଜି ସକାଳେ ଭାରତୀୟ ଯବାନମାନେ ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ନାଉଗାମ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ  ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିବାକୁ ପାଇଥିଲେ। । ଏହା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଯାହାଫଳରେ ୨ ଆତଙ୍କୀ ନିହତ ହୋଇଥିଲେ। ଏଥିସହ ଘଟଣାସ୍ଥଳରୁ  ଦୁଇଟି AK-47 ରାଇଫଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଅନ୍ୟପକ୍ଷରେ ପାକିସ୍ତାନ  ଅସ୍ତ୍ରବିରତି ଉଲ୍ଲଂଘନ କରି କାଥୁଆ ଜିଲ୍ଲାର ହିରାନଗର ସେକ୍ଟରରେ ବିଏସଏଫ ଆଉଟପୋଷ୍ଟକୁ ଗୁଳି ଚଳାଇଛି।  ବିଏସଏଫ କର୍ମଚାରୀମାନେ ମଧ୍ୟ ଏହାର ପ୍ରତିଜବାବ ଦେଉଛନ୍ତି। ଏପର୍ଯ୍ୟନ୍ତ  କୌଣସି ପ୍ରକାରର କ୍ଷୟକ୍ଷତିର ଖବର ନାହିଁ।

You might also like