ଦୁଇ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସକ୍ରିୟ ଥିବା ଦୁଇଜଣ ଜୈସ-ଏ- ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍।ଏଥିସହିତ ୧୨ ଜଣଙ୍କୁ ଅଟକ ରଖିଛି। ଗିରଫ ଦୁଇ ଜଣେ ହେଲେ ଆକିବ ଅହମ୍ମଦ ମଲ୍ଲିକ ଓ ଅନ୍ୟଜଣେ ଶାହନୱାଜ ତେଲି। ଉଭୟ କଶ୍ମୀର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ସହ ଜୀବନ୍ତ ଗୁଳି ଜବତ କରାଯାଇଛି।

ଆକିବ୍ ପୁଲୱାମାରେ ରହୁଥିବା ବେଳେ ଓ ଶାହନୱାଜ ତେଲିର ଘର କୁଲଗାମରେ ବୋଲି ଜଣାପଡ଼ିଛି। ଯୁବପିଢ଼ିଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରିବା ଏହି ଦୁଇଜଣଙ୍କର ମୁଖ୍ୟ ଦାୟିତ୍ୱ ଥିଲା। ଦୁଇ ଆତଙ୍କବାଦୀଙ୍କୁ ଅଧିକ ପଚରାଉଚରା ପାଇଁ ଉତ୍ତର ପ୍ରଦେଶ ପୁଲିସର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ଦୁଇ ଦିନିଆ ରିମାଣ୍ଡରେ ନେଇଛି।

ଉତ୍ତରପ୍ରଦେଶରେ ସକ୍ରିୟ ଆତଙ୍କବାଦୀ ଯୁବପିଢ଼ିଙ୍କୁ ଆତଙ୍କୀ ସଂଗଠନରେ ସାମିଲ ପାଇଁ ଉଦ୍ୟମ ହେଉଥିବା ସୂଚନା ମିଳିବା ପରେ ଗତକାଲି ବିଳମ୍ବିତ ରାତିରେ ଚଢ଼ଉ କରି ଦୁଇ ଆତଙ୍କବାଦୀଙ୍କୁ ଗିରଫ୍‌ କରାଯାଇଥିଲା।

ଉଭୟଙ୍କ କାମ ହେଉଛି ନୂଆ ସଦସ୍ୟମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରିବା। ଆତଙ୍କବାଦୀ ଶାହନୱାଜ୍ ବିଭିନ୍ନ ସ୍ଥାନରେ ଗ୍ରେନେଡ୍‌ ବିସ୍ଫୋରଣ କରିବାରେ ସକ୍ରିୟ ଭୂମିକା ନେଇଥାଏ ତ ଅନ୍ୟପକ୍ଷରେ ଆକିବ୍ ଯୁବପିଢ଼ିକୁ ବିଭ୍ରାନ୍ତ କରି ଆତଙ୍କୀ ସଂଗଠନରେ ସାମିଲ କରିଥାଏ। ଉଭୟ ନିଜକୁ ଛାତ୍ରର ପରିଚୟ ଦେଇ ସାହରନପୁର ଏକ ହଷ୍ଟେଲରେ ରହୁଥିଲେ।

ଗିରଫ ଆତଙ୍କବାଦୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲରୁ ଅନେକ ଜେହାଦୀ ଚାଟ୍, ଭିଡିଓ ଓ ଫଟୋ ମିଳିଛି। ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାର୍ଇ ସେଗୁଡ଼ିକୁ ଫରେନସିକ ଟେଷ୍ଟ ପାଇଁ ପଠାଯିବ। ସେପଟେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ଆତଙ୍କବାଦୀମାନେ କେବେ ବି ଲୁଚି ପାରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।

ପ୍ରକାଶ ଥାଉକି, ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାପରେ ଆତଙ୍କବାଦୀ ସଂଗଠନ ଜୈସ -ଏ – ମହମ୍ମଦ ନିଜକୁ ଦାୟୀ କରିଥିଲା। ଏହାପରେ ଆତଙ୍କବାଦୀଙ୍କୁ ଧରିବାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରହିଛି।

 

 

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like